ସାର କାରଖାନ ରାଜନୀତି ! ପୁନରୁଦ୍ଧାର କାର୍ଯ୍ୟକ୍ରମ ନେଇ ପ୍ରଶ୍ନ ଉଠାଇଲେ ତଥାଗତ ଶତପଥୀ

34

କନକ ବ୍ୟୁରୋ : ତାଲଚେର ସାର କାରଖାନା ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତକାଲି ନିଷ୍ପତି ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନରୁଦ୍ଧାର କାମ ଆରମ୍ଭ ପାଇଁ ଓଡିଶା ଗସ୍ତରେ ଆସିପାରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିଲେ ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ତଥାଗତ ସତପଥୀ । ସେ କହିଛନ୍ତି, ପୂର୍ବ ୟୁପିଏ ସରକାର ମଧ୍ୟ ଅର୍ଥ ବରାଦ କରିଥିଲେ, କିନ୍ତୁ ସେହି ଅର୍ଥ କେବେ ବ୍ୟବହାର ହୋଇନଥିବା ସେ ଅଭିଯୋଗ କରିଛନ୍ତି । ବାସ୍ତବରେ ରାଜ୍ୟର ବିକାଶ ପାଇଁ କାମ ହେଲେ ସ୍ୱାଗତ କରାଯିବ ଏବଂ ନହେଲେ କାହାକୁ ଡାକିଲେ କିଛି ଲାଭ ହେବ ନାହିଁ ବୋଲି ତଥାଗତ କହିଛନ୍ତି ।