ବିଜେଡି ଟାର୍ଗେଟରେ ଧର୍ମେନ୍ଦ୍ର : ରାଜ୍ୟ ସରକାରଙ୍କ ‘ଟିଚର ଅନ କଲ’କୁ ସମାଲୋଚନା କରିଥିବାରୁ ତଥାଗତଙ୍କ କଡା ଟିପ୍ପଣୀ

20

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ‘ଟିଚର ଅନ କଲ’ ଯୋଜନାକୁ ସମାଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ନେତାଙ୍କ ଆକ୍ରମଣ ଜାରି ରହିଛି । ଧର୍ମେନ୍ଦ୍ରଙ୍କ ନାଁ ନନେଇ କଡା ଭାଷାରେ ଟିପ୍ପଣି କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ ।

ଧର୍ମେନ୍ଦ୍ରଙ୍କୁ ପଳାତକ ବୋଲି ଚିତ୍ରଣ କରିବା ସହ କହିଛନ୍ତି, ଜଣେ ଯଦି ମାତୃଭୂମିକୁ ଛାଡି ପଳାଏ ତେବେ ସେ ତାର ଦୁଃଖ କେମିତି ବୁଝିବ । ଅତୀତରେ ଓଡିଶାରୁ ପ୍ରତିନିଧିତ୍ୱ କରି ଏଠାକାର ଦୁଃଖ ବୁଝିନପାରିବା ପରିତାପର ବିଷୟ ବୋଲି ତଥାଗତ କହିଛନ୍ତି ।

ରାଜ୍ୟରେ ଶିକ୍ଷକଙ୍କ ଆବଶ୍ୟକତା ପୂରଣ ଲାଗି ସରକାର ‘ଟିଚର ଅନ କଲ’ ଯୋଜନା ସଂପର୍କରେ ଘୋଷଣା କରିବା ଦିନରୁ ଏହାକୁ କଡା ସମାଲୋଚନା କରି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –