ବିଜେଡି ମନ୍ତ୍ରୀଙ୍କୁ ଚୋର କହିବା ପ୍ରସଙ୍ଗ : ଭୁଲ୍ ମାନିଲେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ

60

କନକ ବ୍ୟୁରୋ : ଭୁଲ୍ ମାନିଲେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ । ମନ୍ତ୍ରୀଙ୍କୁ ଚୋର କହିବା ସହ ଏହି କାରଣରୁ ୪ଜଣଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିବା ନେଇ ଏକ ସାଧାରଣ ସଭାରେ କହିଥିଲେ ବିଜେଡି ସାଂସଦ । ଆଜି ଏହି ଘଟଣାରେ ଶଥାଗତ ଶତପଥୀ ଟ୍ୱିଟ୍ କରି ଲେଖିଛନ୍ତି- ମୋ ମୁହଁରୁ ଯେଉଁ ଶବ୍ଦ ବାହାରିଛି, ସେଥିପାଇଁ ମୁଁ ଅନୁତାପ କରୁଛି । ଭାବନାକୁ ଆଘାତ ଦେଇଥିବାରୁ ଅନୁତାପ କରୁଛି ଏବଂ ମୋ ଚାରିତ୍ରିକ ଦୋଷତ୍ରୁଟିରେ ସୁଧାର ଆଣିବି । ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ଦେବୀ ମିଶ୍ରଙ୍କ ସମେତ ଆଉ କିଛି ନେତାଙ୍କୁ ଚୋର କହିଥିଲେ ତଥାଗତ । ଏହାକୁ ନେଇ ଏକ ବଡ ଧରଣର ବିବାଦ ହୋଇଥିଲା । ଦଳୀୟ ସୁପ୍ରିମୋ ମଧ୍ୟ ଏହାକୁ ନିନ୍ଦା କରିବା ସହ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିବା ସୂଚନା ଦେଇଥିଲେ ।