ତଥାଗତଙ୍କ ବିସ୍ପୋରଣ ! ବିଜେଡି ବୈଠକରେ କହିଲେ ଦଳରେ ନାହିଁ ବୁଝାମଣା ଓ ସାମଞ୍ଜସ୍ୟ

34

କନକ ବ୍ୟୁରୋ : ବିଜୁ ଜନତାଦଳ ପଦାଧିକାରୀ ବୈଠକରେ ସାଂସଦ ତଥାଗତ ଶତପଥୀଙ୍କ ବିସ୍ଫୋରଣ । ନବୀନ ସରକାର ଚତୁର୍ଥ ପାଳିର ୩ବର୍ଷ ପୂରଣ କରିଥିବାବେଳେ ବିଜେଡି ଅନ୍ଦର ମହଲର କଥା କହି ଦଳୀୟ ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି ଢେଙ୍କାନାଳ ସାଂସଦ । ତଥାଗତ କହିଛନ୍ତି ଦଳରେ ବୁଝାମଣା ନାହିଁ , ସାମଞ୍ଜସ୍ୟ ରହୁନି । କର୍ମୀ, ବିଧାୟକ, ସାଂସଦ ଗୋଷ୍ଠୀ ହୋଇଗଲେଣି , ଯାହା ଦଳକୁ ପ୍ରଭାବିତ କରୁଛି ।

ଏହା ବ୍ୟକ୍ତିଗତ କ୍ଷତି । ତେଣୁ ନବୀନଙ୍କ ବିନା ଜିତିବା ନେତାଙ୍କ କ୍ଷେତ୍ରରେ ସମ୍ଭବ ହେବନାହିଁ । ନେତା ନମ୍ର ନହେଲେ ଆମେ ସଫା ହୋଇଯିବା ବୋଲି ତଥାଗତ ଚେତାଇ ଦେଇଛନ୍ତି । ଅହଂକାର ଆମକୁ ଗିଳିସାରିଲାଣି ବୋଲି କଡା ଭାଷାରେ ଟିପ୍ପଣୀ କରିଛନ୍ତି ତଥାଗତ ଶତପଥୀ । ଏଥିସହ ବିଜେପିକୁ ନେଇ ଦଳର ଶୀର୍ଷ ନେତୃତ୍ୱ କଣ ଭାବୁଛନ୍ତି ତାହା ସମସ୍ତେ ସ୍ପଷ୍ଟ ଭାବେ ଜାଣିବା ଦରକାର ବୋଲି ତଥାଗତ କହିଛନ୍ତି ।