ଟାଟା ଷ୍ଟିଲ ପକ୍ଷରୁ ୨୦ ଜଣ ଯୁବ ଜ୍ୟୋର୍ତିବିତଙ୍କୁ ସମ୍ମାନିତ! ସଚିବାଳୟରେ ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କଲେ ସମ୍ମାନିତ

19

କନକ ବ୍ୟୁରୋ : ଟାଟା ଷ୍ଟିଲ ପକ୍ଷରୁ ୨୦ ଜଣ ଯୁବ ଜ୍ୟୋର୍ତିବିତଙ୍କୁ ସମ୍ମାନିତ କରାଯାଇଛି । ସଚିବାଳୟରେ ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛାତ୍ରଛାତ୍ରୀଙ୍କ ଶୁଭକାମନା ଜଣାଇଥିଲେ । ଟାଟା ଷ୍ଟିଲ ପକ୍ଷରୁ ୨୦୧୬ ମସିହାରେ ଯୁବଜ୍ୟୋର୍ତିବିତ ଅନ୍ୱେଷଣ ଚୟନ ପ୍ରକ୍ରିୟା ଅନୁଷ୍ଟିତ ହେଇଥିଲା । ଏଥିରେ ୨୭ ଟି ଜିଲ୍ଲାରୁ ପାଖାପାଖି ୩୪ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଏମାନେ ଇସ୍ରୋରେ ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେଉଥିବା ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେବେ ।