ସରିଲା ଟାଟା ଷ୍ଟିଲ ଲିଟେରାରି ମିଟ୍ ୨୦୧୯ : ଶେଷ ଦିନରେ ସାହିତ୍ୟ ଏବଂ ସାମ୍ବାଦିକତାର ସମ୍ପର୍କ ନେଇ ବିଶେଷ ଆଲୋଚନା

ମତ ରଖିଲେ ଲେଖକ ରସ୍କିନ ବଣ୍ଡ ଓ ସମ୍ବାଦ ସମ୍ପାଦକ ସୌମ୍ୟରଂଜନ

61

କନକ ବ୍ୟୁରୋ: ଟାଟା ଷ୍ଟିଲ ଲିଟେରାରି ମିଟ୍ ୨୦୧୯ର ଶେଷ ଦିନରେ ସାହିତ୍ୟ ଏବଂ ସାମ୍ବାଦିକତାର ସମ୍ପର୍କ ନେଇ ଏକ ବିଶେଷ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଗ ନେଇ ବିଶିଷ୍ଟ ଲେଖକ ରସ୍କିନ ବଣ୍ଡ ସାହିତ୍ୟ ଓ ସମ୍ବାଦିକତା ମଧ୍ୟରେ ଥିବା ସମ୍ପର୍କ ନେଇ ଆଲୋଚନା କରିଥିଲେ । ବଣ୍ଡ କହିଥିଲେ, ଭଲ ଲେଖକ ପାଇଁ ଭାଷା ଉପରେ ଯଥେଷ୍ଟ ଜ୍ଞାନ ରହିବା ଆବଶ୍ୟକ କିନ୍ତୁ ସାମ୍ବାଦିକ ପାଇଁ ଯଥେଷ୍ଟ ଅନୁଭୂତି ଏବଂ ସବୁ ଘଟଣାକୁ ଜାଣିବାର ଆଗ୍ରହ ରହିବା ଆବଶ୍ୟକ ।

ସାହିତ୍ୟ କ୍ଷେତ୍ରରେ ସେ ପ୍ରତିଷ୍ଠା ଲାଭ କରିଥିଲେ ବି ତାଙ୍କର ଖବର ପ୍ରତି ଦୁର୍ବଳତା ରହିଥିବା ରସ୍କିନ ବଣ୍ଡ କହିଛନ୍ତି । ସାମ୍ବାଦିକତା କେବେ ହେଲେ ସାହିତ୍ୟକୁ ଛାଡି ତିଷ୍ଠି ପାରିବ ନାହିଁ ବୋଲି କହିଛନ୍ତି ଆଲୋଚନାର ଅନ୍ୟତମ ଅତିଥି ସାଂସଦ ତଥା ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ । ସାହିତ୍ୟ ଓ ସମ୍ବାଦ ପତ୍ର ଅଙ୍ଗାଅଙ୍ଗି ଜଡିତ ଏବଂ ଲେଖକ ସେମାନଙ୍କ ସାହିତ୍ୟ ମାଧ୍ୟମରେ ସାମାଜିକ ସଂସ୍କାର ଆଣି ପାରିବେ ବୋଲି କହିଛନ୍ତି ସୌମ୍ୟରଂଜନ । ଏହି ଆଲୋଚନାର ପରିଚାଳନା କରିଥିଲେ ସୁକନ୍ୟା ଦାସ ।