ଭାରତରେ ବନ୍ଦ ହୋଇପାରେ ଟାଟା ନାନୋର ବିକ୍ରି !

83

ରତନ ଟାଟାଙ୍କ ସ୍ୱପ୍ନର ପ୍ରକଳ୍ପ ଟାଟା ନାନୋର ବିକ୍ରି ଭାରତରେ ବନ୍ଦ ହୋଇପାରେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କମ୍ପାନି ବିଶ୍ୱର ଏହି ସବୁଠୁ ଶସ୍ତା କାରରେ ନିବେଶ ବନ୍ଦ କରିବାକୁ ନିଷ୍ପତି ନେଇଛି । ତେବେ ବିଦେଶକୁ କମ୍ପାନି ଏହି କାରକୁ ରପ୍ତାନି କରିବା ଲାଗି ଉତ୍ପାଦନ ଜାରି ରଖିପାରେ । ଭାରତରେ ନାନୋର ବିକ୍ରି ଜାରି ରଖିବାକୁ ହେଲେ ୨୦୧୯ରୁ ଲାଗୁ ହେବାକୁ ଥିବା ବାଧ୍ୟତାମୂଳକ କ୍ରାସ ଟେଷ୍ଟ ଏବଂ ଭାରତ ଷ୍ଟେଜ-୪ ନିୟମକୁ ପାଳନ କରିବାକୁ ହେବ ।

ଭାରତ ଷ୍ଟେଜ-୪ ନିୟମ କାର୍ୟ୍ୟକାରୀ ହେବ । କମ୍ପାନିର ଜଣେ ପ୍ରବକ୍ତାଙ୍କ ଆଭାସ ଅନୁଯାୟୀ ନାନୋର ଭବିଷ୍ୟତ ରେଗୁଲେଟୋରି ସର୍ତ ଉପରେ ନିର୍ଭର କରେ । ତେବେ କମ୍ପାନି ନାନୋର ଉତ୍ପାଦନ ଜାରି ରଖିବ ବୋଲି ପ୍ରବକ୍ତା ଜଣକ କହିଛନ୍ତି । ପ୍ରମୁଖ ବଜାରରେ ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ଏହା କରାଯିବ । କିନ୍ତୁ ସେହି ପ୍ରମୁଖ ବଜାର ଗୁଡ଼ିକ ସମ୍ପର୍କରେ ପ୍ରବକ୍ତା ଜଣକ ନିର୍ଦ୍ଦିଷ୍ଟ ଭାବେ କିଛି କହିନାହାନ୍ତି ।