ଟାଟା ଦେଶର ନମ୍ବର୧ ବ୍ରାଣ୍ଡ, ଦୁନିଆର ଟପ୍-୧୦୦ ତାଲିକାରେ ଏକମାତ୍ର ଭାରତୀୟ ବ୍ରାଣ୍ଡ

344

ଟାଟା ଗ୍ରୁପ୍ ଦେଶର ନମ୍ବର ୱାନ୍ ବ୍ରାଣ୍ଡ । ୧.୩୯ ଲକ୍ଷ କୋଟି ବ୍ରାଣ୍ଡ ଭେଲ୍ୟୁ ସହିତ ଏହା ଦୁନିଆର ଟପ୍-୧୦୦ରେ ସାମିଲ ହୋଇଥିବା ଏକମାତ୍ର ଭାରତୀୟ ବ୍ରାଣ୍ଡ । ଲଣ୍ଡନର କନସଲଟାନ୍ସି ବ୍ରାଣ୍ଡ ଫାଇନାନ୍ସ ଏହାକୁ ୨୦୧୯ର ଟପ୍-୫୦୦ ବ୍ରାଣ୍ଡରେ ୮୬ ତମ ସ୍ଥାନରେ ଅଛି । ଟାଟା ଗ୍ରୁପ୍ ଗତ ବର୍ଷ ଏହି ରାଙ୍କିଙ୍ଗରେ ୧୦୪ତମ ସ୍ଥାନରେ ଥିଲା । ଆମାଜନ୍ ୧୩.୩୬ ଲକ୍ଷ କୋଟି ର ବ୍ରାଣ୍ଡ ଭେଲ୍ୟୁ ସହିତ ପ୍ରଥମ ସ୍ଥାନରେ ଅଛି ।

ଦୁନିଆର ଟପ୍-୫୦୦ ବ୍ରାଣ୍ଡରେ ଭାରତର ମୋଟ୍ ୯ଟି ବ୍ରାଣ୍ଡ ସାମିଲ ଅଛି । ଟାଟା ପରେ ଏଲଆଇସିର ନମ୍ବର ଅଛି । ଏହାର ରାଙ୍କିଙ୍ଗ ୨୭୭ତମ ସ୍ଥାନରେ ଅଛି । ଇନଫୋସିସ୍ ୩୧୫ତମ ଓ ଏସବିଆଇ ୩୪୪ତମ ସ୍ଥାନରେ ଅଛି ।