ଢେଙ୍କାନାଳରେ ପଂଚାୟତ ନିର୍ବାଚନୀ ହିଂସା ! ତରଭା ଗୁଳିମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

35

କନକ ବ୍ୟୁରୋ: ଢ଼େଙ୍କାନାଳରେ ପଂଚାୟତ ନିର୍ବାଚନୀ ହିଂସା । ତରଭା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବ୍ୟୋମୋକେଶ ବିଶ୍ୱାଳଙ୍କୁ ଗିରଫ କରିଛି ପୁଲିସ । ୨ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍ । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତଙ୍କୁ ଘରେ ନିଆଁ ଲଗାଇଦେଇଛନ୍ତି ଉତ୍ୟକ୍ତ ଲୋକେ । ବ୍ୟୋମୋକେଶ ଜଣେ ପୁଲିସ କନେଷ୍ଟବଳ ବୋଲି ଜଣାପଡିଛି । ଏହି ସୂଚନା ଦେଇଛନ୍ତି ଢ଼େଙ୍କାନାଳ ଏସ୍. ପି. । ହତ୍ୟାକାଣ୍ଡ ପ୍ରତିବାଦରେ ଢ଼େଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ୍ ଡାକରା ଦିଆଯାଇଛି ।

ସେପଟେ ଭୁବନେଶ୍ୱର ରାମ ମନ୍ଦିର ଛକରେ ଓଡିଶା କ୍ୟାବ ଆସୋସିଏସନ ପକ୍ଷରୁ ରାସ୍ତା ରୋକ କରାଯାଇଛି । ସୁନୀଲ କ୍ୟାବ୍ ଆସୋସିଏସନର ଉପସଭାପତି ଥିଲେ । ବିକ୍ଷୋଭରେ ବିଜେପି କର୍ମୀ ମଧ୍ୟ ସାମିଲ ହୋଇଛନ୍ତି । ଗତକାଲି ତରଭାରେ ଗୁଳିମାଡ଼ରେ ବିଜେପି କର୍ମୀ ସଲମାନ ରାଉତଙ୍କର ମୃତ୍ରୁ ହୋଇଥିଲା । ଗୁଳିମାଡ଼ ପରେ ସଲମାନଙ୍କୁ ଢ଼େଙ୍କାନାଳ ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଥିଲା । ଆଉ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।