ବିବାଦରେ ଧାରାବାହିକ ଜଗତର ସଂସ୍କାରୀ ବାପା : ଆଲୋକ ନାଥଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ଆଣିଲେ ପ୍ରଯୋଜିକା

54

ଯୌନ ଶୋଷଣ ବିବାଦରେ ବଲିଉଡ୍ କଳାକାର ଆଲୋକ ନାଥ । ଛୋଟ ପରଦାର ଜଣାଶୁଣା କଳାକାର ଆଲୋକନାଥଙ୍କ ବିରୋଧରେ ଆସିଛି ଯୌନଶୋଷଣର ସଙ୍ଗିନ୍ ଅଭିଯୋଗ । ମହିଳା ପ୍ରଡ୍ୟୁସର ବିନୀତା ନନ୍ଦା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ୯୦ ଦଶକର ଟେଲି ସୋ ତାରାର ନିର୍ମାଣ ବେଳେ ଆଲୋକ ନାଥ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ବିନୀତା । ଏନେଇ ବିନୀତା ତାଙ୍କ ଫେସବୁକ ପେଜରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି ।

ସେ ଏହି ପୋଷ୍ଟରେ ଆଲୋକ ନାଥଙ୍କ ନାଁ ନେଇନାହାନ୍ତି, କିନ୍ତୁ ଆଲୋକ ଯେଉଁ ସରିଏଲରେ ଅଭିନୟ କରୁଛନ୍ତି ସେହି ସିରିଏଲ ନାଁ ସେ ଉଲ୍ଲେଖ କରିିଛନ୍ତି । ସଂସ୍କାରୀ ବାବୁଜୀ ଭାବେ ପରିଚିତ ଆଲୋକ ନାଥଙ୍କ ନାଁ ଏଥିସହ ବିବାଦ ଘେରକୁ ଚାଲିଆସିଥିବା ବେଳେ ସମୟ ଆସିଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ଆଲୋକ ନାଥ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

ବି-ଟାଉନରେ ଏବେ ଯୌନ କେଳେଙ୍କାରୀ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ନିଜ ସାମର୍ଥ୍ୟ ଓ ବ୍ୟକ୍ତିତ୍ବ ପାଇଁ ଅନେକ ପ୍ରଶଂସକଙ୍କ ମନ ଜିଣିଥିବା ସେଲିବ୍ରିଟିମାନଙ୍କ ଯୌନ କେଳେଙ୍କାରୀ ଗୁମର ଖୋଲିବାରେ ଲାଗିଛି । ଏହି ଆନ୍ଦୋଳନରେ ସାମିଲ ହୋଇ ଅଭିନେତ୍ରୀ, ଟିଭି କଳାକାର ଓ ସାମ୍ବାଦିକାମାନେ ସେମାନଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡ଼ନ ସଂପର୍କରେ ମୁହଁ ଖୋଲୁଛନ୍ତି ।