ପୁଣି ଅଫିସରଙ୍କୁ ପିଟିବା କଥା ଦୋହରାଇଲେ ତାରା ବାହିନୀପତି ! ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଳେ ତୃତୀୟ ମହଲାରେ ପଶି ମାଡ ମାରିବାକୁ ଚେତାବନୀ

16

କନକ ବ୍ୟୁରୋ : ତାରାଙ୍କ ମାଡ ତତ୍ୱ । ପୁଣି ତୃତୀୟ ମହଲାରେ ପଶି ଅଫିସରଙ୍କୁ ମାଡ ମାରିବା କଥା ଦୋହରାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀ ପତି । ଏପରିକି ତୃତୀୟ ମହଲାର ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଥିବା ସମୟରେ ଅଫିସ ଭିତରେ ପଶି ପିଟିବାକୁ ଚେତାବନୀ ଦେଇଛନ୍ତି ତାରା । ଶାସକ ଦଳର ନେତା ଓ ମନ୍ତ୍ରୀ ମଧ୍ୟ ତୃତୀୟ ମହଲାର ଅଧିକାରୀଙ୍କୁ ନେଇ ଅସନ୍ତୁଷ୍ଟ ବୋଲି ତାରା ବାହିନୀପତି କହିଛନ୍ତି ।