ବିଧାନସଭାରେ କଂଗ୍ରେସକୁ କପି କଲା ବିଜେପି : ତାରାଙ୍କ ଭଳିି ରିପୋଟର୍ସ ଟେବୁଲ୍ ଉପରେ ଚଢିଲେ ରବି ନାୟକ

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାରେ ବଦଳିଛି ବିରୋଧୀଙ୍କ ପ୍ରତିବାଦର ତରିକା । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହୀନିପତି ଆପାଣାଇଛନ୍ତି ନୂଆ ଫର୍ମୁଲା । ଆଉ ମାଧ୍ୟମ ସାଜିଛି ରିପୋଟର୍ସ ଟେବୁଲ । ଲଗାତର ଦୁଇ ଦିନ ହେଲା ରିପୋଟର୍ସ ଟେବୁଲ ଉପରେ ଚଢି ପ୍ରତିବାଦ କରୁଛନ୍ତି ତାରା । ସେହିପରି ସୋମବାର ବାଚସ୍ପତିଙ୍କ ମାଇକ୍ ଭାଂଗିଥିଲେ ବିଜେପି ବିଧାୟିକା ରାଧାରାଣୀ ପଂଡା । ତେବେ ବୁଧବାର ତାରାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରିପୋଟର୍ସ ଟେବୁଲ ଉପରେ ଚଢିଲେ ବିଜେପି ମୁଖ୍ୟ ସଚେତକ ରବି ନାୟକ  ।