ପ୍ରସାଦ ହଟାଅ, କଂଗ୍ରେସ୍ ବଂଚାଅ ! ତାତିଲେ ତାରା

27

କନକ ବ୍ୟୁରୋ :  କଂଗ୍ରେସ ଦଳରେ ଅନ୍ତଦ୍ୱର୍ନ୍ଦ୍ୱ ଆଜି ଏକ ସାଂଘାତିକ ମୋଡକୁ ଆସିଯାଇଛି । ଦୁଇ ନମ୍ବରରୁ ତିନି ନମ୍ବର ସ୍ଥାନକୁ ଖସି ଆସିବା ପରେ ଦଳରେ ଏବେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି । ଆଉ ଟାର୍ଗେଟରେ ଅଛନ୍ତି ପିସିସି ମୁଖ୍ୟ ପ୍ରସାଦ ହରିଚନ୍ଦନ । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଛନ୍ତି, କାହିଁକି ପିସିସି ସଭାପତିଙ୍କୁ ହଟାଯାଉ ନାହିଁ ? ପଂଚାୟତ ନିର୍ବାଚନ ପରେ ଦଳରେ ଗୋଷ୍ଠୀ କନ୍ଦଳ ବଢିଚାଲିଛି । ଏବଂ ଆଜି ତାରାଙ୍କ ଏହି ବୟାନ ପରେ ଏହି ବିବାଦ ଆଗକୁ ବଢିବାର ଆଶଙ୍କା ରହିଛି ।

ପୁଣି ଆରମ୍ଭ ହୋଇପାରେ କଂଗ୍ରେସ୍ ନେତାଙ୍କ ଦିଲ୍ଲୀ ଅଭିଯାନ । ପଂଚାୟତ ବିଫଳତା ପରେ ଏବେ ପ୍ରସାଦଙ୍କ ଉପରେ ପୁଣି ବିପଦର ଖଣ୍ଡା । ତେବେ ଦଳର ଅନ୍ୟ କିଛି ନେତା ପ୍ରସାଦଙ୍କ ସପକ୍ଷରେ ବାହାରିଛନ୍ତି ।