କଂଗ୍ରେସ କନ୍ଦଳର ଭିତିରି କଥା : କାହିଁକି ପ୍ରସାଦଙ୍କୁ ହଟାଇବା ପାଇଁ ପଣ କଲେ ତାରା

41

କନକ ବ୍ୟୁରୋ : ପିସିସି ମୁଖିଆ ବନାମ ବିରୋଧୀ ଦଳ ମୁଖ୍ୟ ସଚେତକ । କାହିଁକି କଂଗ୍ରେସରେ କନ୍ଦଳ? କାହିଁକି ଜୋର ଧରିଛି ପିସିସି ସଭାପତି ହଟାଅ ଅଭିଯାନ ? ତାରା ଖୋଲିଛନ୍ତି ତାର ଗୁମର । କହିଛନ୍ତି କଂଗ୍ରେସରେ କନ୍ଦଳ ପଛର କାରଣ । ମହାନଦୀ ପ୍ରସଙ୍ଗରେ ଦଳର ରଣନୀତି ନେଇ ପିସିସି ମୁଖିଆ ଡାକିଥିଲେ ବୈଠକ । ଆଉ ସେଥିରେ ଯୋଗ ଦେବାକୁ ଯାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି । ହେଲେ ପ୍ରସାଦଙ୍କ ଚାମ୍ବରରେ ମୁହାଁମୁହିଁ ହୋଇଥିଲେ ଦୁଇ ନେତା ।

ପଂଚାୟତ ଫଳାଫଳରେ କାହିଁକି ପଛରେ ପଡିଲା କଂଗ୍ରେସ । ରାଜ୍ୟରେ କାହିଁକି ଦଳ ହରାଇଲା ଅମାନତ୍ । ତାରା କହିଛନ୍ତି, ବିଜେପି ଓ ବିଜେଡି ବଦଳରେ ନିଜ ବିରୋଧରେ ଲଢୁଥିଲା କଂଗ୍ରେସ । ଦଳରେ ବର୍ତମାନ ସମୁଦ୍ର ମନ୍ଥନ ଚାଲିଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ସେପଟେ ତାରାଙ୍କ ସହ ସ୍ୱର ମିଳାଇଛନ୍ତି ଦଳର ଆଉ ଜଣେ ବିଧାୟକ ପ୍ରଫୁଲ୍ଲ ମାଝି । କହିଛନ୍ତି, ବର୍ତମାନ ସ୍ଥିତିରେ ପିସିସି ସଭାପତି ବଦଳିବା ଦରକାର ।କଂଗ୍ରେସରେ କନ୍ଦଳ ସାଂଘାତିକ ରୂପ ନେଉଛି । ଖୋଲାଖୋଲି ତାରା ବାହୀନିପତି କହିବା ପରେ ସାମ୍ନାକୁ ଆସିଛନ୍ତି ତଳସରା ବିଧାୟକ ପ୍ରଫୁଲ୍ଲ ମାଝି । ତାରାଙ୍କ ସ୍ୱର ଓ ପ୍ରଫୁଲ୍ଲମାଝିଙ୍କ ବୟାନ ସ୍ପଷ୍ଟ କରୁଛି ଯେ ଆଗକୁ କଂଗ୍ରେସରେ ଝଡ ଆସିବାକୁ ଯାଉଛି । ସେପଟେ ଏସବୁ ଘଟଣା ପରେ ଦଳର ଶୃଙ୍ଖଳା କମିଟି ଚେତବନୀ ଦେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –