ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହୀନିପତି

36

ବିଧାନସଭା ଆରମ୍ଭରୁ ହିଁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ବାରମ୍ବାର ପ୍ରତିବାଦ କରି ଆସୁଛି ବିରୋଧୀ କଂଗ୍ରେସ । ବାଚସ୍ପତିଙ୍କ ମାଇକ ଟାଣିବା ଠାରୁ ଆରମ୍ଭ କରି ହୋହଲ୍ଲା ପର୍ଯ୍ୟନ୍ତ ସବୁଥିରେ ଯେମିତି ଧୁରନ୍ଧର କଂଗ୍ରେସ । ତେବେ କଂଗ୍ରେସର ଏକ ମାତ୍ର ନେତା ତାରା ପ୍ରସାଦ ବାହୀନିପତି ଯିଏ ଗୃହ ଭିତରେ ପଶିବା ମାତ୍ରେ ଆରମ୍ଭ ହୋଇଯାଏ ହୋହଲ୍ଲା ଆଉ କୋଳାହଳ । ଆଉ ବିଧାନସଭା ମୁଲତବୀ ହୋଇଯାଏ କିଛି କ୍ଷଣ ମଧ୍ୟରେ । ପ୍ରତିବାଦ କରିବାର ଭିନ୍ନ ଏକ ତରିକା ଆପଣାଇଥାନ୍ତି ବିରୋଧୀ ଦଳର ଏହି ମୁଖ୍ୟ ସଚେତକ । ପ୍ରତିବାଦ କରିବା ପାଇଁ ବାରମ୍ବାର ରିପୋଟର୍ସଙ୍କ ଟେବୁଲ ଉପରେ ଚଢି ଚର୍ଚ୍ଚାକୁ ଆସିଥିଲେ ତାରା ବାହୀନିପତି । ତେବେ ତାରାଙ୍କ ଏପରି ପ୍ରତିବାଦ ଓ ଗୃହ ମଧ୍ୟରେ ହୋହଲ୍ଲାର କାରଣ ଜାଣନ୍ତୁ ୱାନ ଟୁ ୱାନର ଏହି ଏପିସୋଡରେ : –