ବିଜେଡି ସହ ଅଛନ୍ତି କଂଗ୍ରେସ୍ ନେତା : ତାରାପ୍ରସାଦ ବାହିନୀପତିଙ୍କ ବିସ୍ପୋରକ ବୟାନ

33

କନକ ବ୍ୟୁରୋ : ବିଜେଡି ସହ ଅଛନ୍ତି କିଛି କଂଗ୍ରେସ୍ ନେତା । ଯେଉଁମାନେ କି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଓ ତୃତୀୟ ମହଲା ସହ ହାତ ମିଳାଇ ରାଜ୍ୟରେ କଂଗ୍ରେସକୁ କ୍ଷତି ପହଁଚାଉଛନ୍ତି । ଆଜି କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାରରେ ଏଭଳି ବିସ୍ପୋରକ ବୟାନ ଦେଇଛନ୍ତି କଂଗ୍ରେସ୍ ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ।

ସେ କହିଛନ୍ତି କଂଗ୍ରେସ ଦଳରେ ଏଭଳି କିଛି ନେତା ଅଛନ୍ତି ଯେଉଁମାନେ କି ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲା ସହ ସଲାସୁତୁରା କରି କଂଗ୍ରେସକୁ ରାଜ୍ୟରେ ଦୁର୍ବଳ କରୁଛନ୍ତି । ଏବଂ ଆଉ କିଛି ନେତା ଅଛନ୍ତି ଯେଉଁମାନେ କି କଂଗ୍ରେସକୁ ବଂଚାଇବାକୁ ଚେଷ୍ଟା କରୁଛନ୍ତି । ଏବଂ ଏହା ସହ ସେ ଆହୁରି କହିଛନ୍ତି ଆଗାମୀ ଦିନରେ ଦଳରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଏହା ଭିତରେ ଏଆଇସିସିର ତିନି ଜଣିଆ କମିଟି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ତାରାଙ୍କ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି ।