ମୁଁ ହିରୋ ପତ୍ନୀ ହିରୋଇନ୍ ! ବିଜେଡି ଓ ବିଜେପିର ଷ୍ଟାର କ୍ୟାମ୍ପେନର ଘୋଷଣା ପରେ କଂଗ୍ରେସର ମାନସମନ୍ଥନ

27

କନକ ବ୍ୟୁରୋ : ସରଗରମ ହେଲାଣି ପଂଚାୟତ ପଲିଟିକ୍ସ । ବିଜେଡି ଓ ବିଜେପି ଜାରି କରି ସାରିଲେଣି ଷ୍ଟାର କ୍ୟାମ୍ପେନର୍ ତାଲିକା । ହେଲେ ଏଯାଏ ତାଲିକା ଦେଇନି କଂଗ୍ରେସ । ମାଷ୍ଟର ଷ୍ଟ୍ରୋକ୍ ମାରିବାକୁ ଦଳ କରୁଛି ରଣନୀତି । ଦାନ ମାଝିଙ୍କୁ ଷ୍ଟାର କ୍ୟାମ୍ପେନର କରିବାକୁ କଂଗ୍ରେସ କରୁଛି ଗୋଟି ଚାଳନା । ଯେଉଁ ପ୍ରସଙ୍ଗ ବିଜେଡି ସରକାରକୁ ବିଭିନ୍ନ ସ୍ତରରେ ନିନ୍ଦିତ କରିଥିଲା ତାର ନାୟକକୁ ତାଲିକା ଭିତରକୁ ଆଣିବାକୁ ଚାଲିଛି ଜୋରଦାର ପ୍ରୟାସ । ସେପଟେ ବାହିନୀପତି ଫ୍ୟାମିଲି ଷ୍ଟାର କ୍ୟାମ୍ପନର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

କେତେବେଳେ ପୋଙ୍ଗଲରେ ନାଚନ୍ତି, ତ କେବେ ବିଧାନସଭାରେ ନିଜ ହାଇଭୋଲଟେଜ୍ ବିରୋଧ ପ୍ରଦର୍ଶନ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ବିରୋଧୀ ଦଳ ମୁଖ୍ୟ-ସଚେତକ ତାରା ବାହିନିପତି । ଆଉ ଏବେ ଏହି ଷ୍ଟାର୍ ଇମେଜ ବିଧାୟକ ନିଜକୁ କୋରାପୁଟ ଜିଲ୍ଲା କଂଗ୍ରେସର ଷ୍ଟାର କ୍ୟାମ୍ପନର ବୋଲି କହିଛନ୍ତି । ଏପରିକି ନିଜ ପତ୍ନୀ ତଥା କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷାଙ୍କୁ ବି ଷ୍ଟାର କ୍ୟାମ୍ପନର କହିଛନ୍ତି ଭାଲୁ ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ବିରୋଧରେ ଥିବା ପ୍ରମୁଖ ପ୍ରସଙ୍ଗର ବ୍ୟକ୍ତିବିଶେଷଙ୍କୁ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିବ । ଦାନ ମାଝୀଙ୍କ ଇମେଜକୁ ବ୍ୟବହାର କରିବାକୁ ଟାର୍ଗେଟ ରଖିଛି କଂଗ୍ରେସ । ଖାଲି ସେତିକି ନୁହେଁ, କନ୍ଧମାଳରେ ମାଓବାଦୀ ନାଁରେ ଦଂପତିଙ୍କୁ ପୋଲିସ ମାରିବା ପରେ ତାଙ୍କ ପୁଅଙ୍କ ନାଁକୁ ସାମିଲ କରିବାକୁ କଂଗ୍ରେସ ରଣନୀତି କରୁଛି ।

ଗୁମୁଡୁମୁହା, ନଗଡାର ବ୍ୟକ୍ତିଙ୍କୁ ମଧ୍ୟ କଂଗ୍ରେସ ତାଲିକା ଭିତରକୁ ଆଣିବାକୁ ଯୋଜନା ରଖିଛି । କୁହାଯାଉଛି, ଏଥିପାଇଁ ବିଳମ୍ବିତ ହେଉଛି କଂଗ୍ରେସ ତାଲିକା । କଂଗ୍ରେସର ରଣନୀତି କଣ ଫରକ ଆଣୁଛି ତା ଉପରେ ନଜର ।