ତାରା ମାରିଲେ ତୀର ! ରାଷ୍ଟ୍ରପତି ନିର୍ବାଚନ ନେଇ କଂଗ୍ରେସ୍ ବିଧାୟକଙ୍କ ସାଂଘାତିକ ବୟାନ୍

54

କନକ ବ୍ୟୁରୋ : ପୁଣି ରାଷ୍ଟ୍ରପତି ନିର୍ବାଚନରେ କ୍ରସଭୋଟିଂ ହେବ ବୋଲି ମତ ପ୍ରକାଶ କରିଛନ୍ତି କଂଗ୍ରେସ୍ ବିଧାୟକ ତାରାପ୍ରସାଦ ବାହିନୀପତି । ପୂର୍ବରୁ ୟୁପିଏର ପ୍ରାର୍ଥୀ ମୀରା କୁମାରଙ୍କ ପ୍ରସ୍ତାବକ ଭାବେ ଦିଲ୍ଲୀ ଗସ୍ତ ବେଳେ ମଧ୍ୟ ଏହି କଥା କହିଥିଲେ । ଶାସକ ବିଜେଡିର ବହୁ ବିଧାୟକ ଓ ସାଂସଦ ମୀରା କୁମାରଙ୍କୁ ସମର୍ଥନ ଦେବେ ବୋଲି ସେ ଆଶା ରଖିଛନ୍ତି ।

ଏଥିପାଇଁ ତାଙ୍କ ଦଳ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ଦାୟୀ ବୋଲି ତାରା ପ୍ରସାଦ କହିଛନ୍ତି । ସେପଟେ କ୍ରସ ଭୋଟିଂ କଂଗ୍ରେସର ପରାମ୍ପରା ବୋଲି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ଦାମୋଦର ରାଉତ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିସାରିଛନ୍ତି ।