ଆମର ଇଗୋ ନାହିଁ, ଟସଲ୍ କୁଆଡେ ହେବ? କାହା ପାଇଁ କହିଲେ ତାରା?

କୃଷ୍ଣ ଶଗରିଆଙ୍କ ଇସ୍ତଫା ପରେ ତାରା ବାହିନୀପତି ଖୁସୀ ନା ଦୁଃଖୀ?

159

କ଼ୃଷ୍ଣ ଶଗରିଆ ବିଧାୟକ ପଦ ଯେତେବେଳେ ଛାଡୁଛନ୍ତି, ସେତେବେଳେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କର ପ୍ରତିକ୍ରିୟା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଜିଲ୍ଲା ଆଉ କଂଗ୍ରେସ ରାଜନୀତିରେ ସମସ୍ତେ ଜାଣିଛନ୍ତି, ଏହି ଦୁଇ ନେତାଙ୍କର ବେଶ ଜମେନାହିଁ । ତେଣୁ ତାରାଙ୍କ ଉପରେ ଆଜି ସମସ୍ତଙ୍କର ନଜର ଥିଲା ।

ବିଶୃଙ୍ଖଳା
ତାରା ବାହିନୀପତି ଯଦିଓ ମନ ଭିତରେ ଥିବା ରାଗକୁ ସାମ୍ନାକୁ ଆଣିନାହାନ୍ତି ବରଂ ମାପିଚୁପି ବୟାନ ଦେଇଛନ୍ତି । ତାରା କହିଛନ୍ତି, ମୋର କାହା ସହିତ କିଛି ବିବାଦ ଅଛି କି ନାହିଁ ମୁଁ ଜାଣିନି । ୨ ଦିନ ତଳେ ପରବରେ ଦେଖା ହୋଇଥିଲା, ମୋ ପାଖେ ସେ ବସିଥିଲେ ଆଉ କଥା ବି ହୋଇଥିଲେ । ଆଉ ଇସ୍ତଫା ଦେବା କଥା ଗଣମାଧ୍ୟମରୁ ଜାଣିଛି ।

tara prasad bahinipati reaction on congress
ତାରା ବାହିନୀପତିଙ୍କ ଭଳି ପୋଖତ ରାଜନେତା ଯେ, ଗଣମାଧ୍ୟମରୁ ଖବର ପାଇବେ ଏକଥା ବୁଝିବା ମୁସ୍କିଲ । ଏହି ବରିଷ୍ଠ ବିଧାୟକ ସବୁ ଜାଣିଶୁଣି ମାପିଚୁପି ବୟାନ ଦେବାର ଅଭ୍ୟାସ ଏବେ କରୁଛନ୍ତି । କାରଣ ନିର୍ବାଚନୀ ବର୍ଷରେ ବିବାଦୀୟ ବୟାନ ଦେବା ଉପରେ ଏଆଇସିସିରୁ ରୋକ୍ ଲାଗିଛି ।

tara bahinipati
ତାରା କହିଛନ୍ତି, ଭାଲୁ ବାହିନୀପତି (ତାରା ବାହିନୀପତିଙ୍କ ଡାକ ନାମ) ଙ୍କ ଭଳି ହଜାରେ ଲୋକ ଦଳ ଛାଡି ଗଲେ ମଧ୍ୟ କୈାଣସି ଫରକ ପଡିବନି । କଂଗ୍ରେସ ୧୫୦ ବର୍ଷର ଦଳ । ଯାହାର ଖୁସି ଅଛି ସେ ରହିବ, ଯାହାର ନାହିଁ ସେ ଯିବ । ଇସ୍ତଫା କଥା ପିସିସି ଆଉ ଏଆଇସିସି ସଭାପତି ବୁଝିବେ ।


ଦୁଇ ନେତାଙ୍କ ମଧ୍ୟରେ ଚାଲିଥିବା ଇଗୋ ଲଢେଇକୁ ନେଇ ଅନେକ ବାର ଚର୍ଚ୍ଚା ହେଉଥିଲେ ମଧ୍ୟ ବେଶ ହାଲକା ଅନ୍ଦାଜରେ ଏହାର ଜବାବ ଦେଇଛନ୍ତି ତାରା । କହିଛନ୍ତି, ଆମର ଇଗୋ ନାହିଁ ଟସଲ୍ କୁଆଡୁ ହବ? ପାନ ଦୋକାନରେ ବସୁଛୁ, ଖାଉଛୁ ରାଜରାସ୍ତାରେ ବୁଲୁଛୁ । ଇଗୋ ଆସିଲା କେଉଁଠୁ?


କହୁ କହୁ ତାରାଙ୍କ ପାଟିରୁ କିଛି ଶଦ୍ଦ ବାହାରି ଆସୁଥିଲେ ମଧ୍ୟ ବେଶ ସଂଜତରେ ରହିଯାଇଥିଲେ । କଂଗ୍ରେସକୁ ବୁଡାଇବାକୁ କେତେ ଲୋକ ମାତିଛନ୍ତି ବୋଲି କହିଦେଇ ଅଟକିଗଲେ ତାରା ବାହିନୀପତି, ଠିକ ବିଧାନସଭାରେ ସଂଜମତା ଆଚରଣ କଲା ଭଳି । ଯେତେବେଳେ କଂଗ୍ରେସ ରାଜ୍ୟରେ ବଢୁଛି, ସେତେବେଳେ ନେତା ଦଳରେ ଛାଡୁଛନ୍ତି ।

tara bahinipati
ଯାହା ଦେହରେ କଂଗ୍ରେସର ଜିନ୍ ଅଛି ସେ ରହିବ ନ’ହେଲେ ଦଳ ଛାଡି ଯିବ । ପ୍ରେସମିଟ, ଇସ୍ତଫା ଧନ୍ଦା କରୁଥିବା ନେତା ଛାଡିଲେ କିଛି ବି ପ୍ରଭାବ ପଡିବନି । କୋରାପୁଟ ରାଜନୀତିରେ ୨ ନେତା ତାରା ଆଉ ଶଗରିଆ । ସଂପର୍କ ପୁରା ଅହି ନକୁଳ । ଆଉ ଆଜି ବିଧାୟକ ପଦରୁ ଇସ୍ତଫା ପରେ ଶଗରିଆଙ୍କ ଭାଗ୍ୟ ଆଉ ଭବିଷ୍ୟତ ନେଇ ଚର୍ଚ୍ଚା କରାଯାଉଛି । କାରଣ, ତାରାଙ୍କ ହିସାବରେ ଯିଏ କଂଗ୍ରେସ ଛାଡିକି ଯାଇଛନ୍ତି ସେମାନେ ଭଲରେ ନାହାନ୍ତି । ହଁ, ତାରା ଭାଇଙ୍କର ଅଭିଜ୍ଞତା ଥିବ, ଅତୀତରେ ସେ କଂଗ୍ରେସ ଛାଡି ବିଜେପି ଯାଇଥିଲେ ଆଉ ଏବେ ପୁଣି ଘରକୁ ଫେରି ଆସିଛନ୍ତି ।