ବାପା-ପୁଅଙ୍କୁ ଟିକେଟ ଦେବା ଉଚିତ ନୁହେଁ ! ତାରା କହିଲେ, ବିଜୟୀ ପ୍ରାର୍ଥୀଙ୍କୁ ଦିଆଯାଉ ପ୍ରାଥମିକତା

259

କନକ ବ୍ୟୁରୋ : ବାପ ହେଉ କି ପୁଅ ଗୋଟିଏ ପରିବାରୁ କେବଳ ଜଣଙ୍କୁ ଦଳୀୟ ଟିକେଟ୍ ମିଳିବା ଉଚିତ । ବାପା-ପୁଅଙ୍କୁ କଂଗ୍ରେସ ଟିକେଟ ମିଳିଲେ ବରୋଧ କରିବେ ତାରା ବାହିନୀପତି । କଂଗ୍ରେସ ବାପା-ପୁଅକୁ ଟିକେଟ ଦେଲେ ଏହାକୁ ବିରୋଧ କରିବି ବୋଲି ତାରା ବାହିନୀପତି ପ୍ରକାଶ କରିଛନ୍ତି । ଏପରି ହେଲେ ଆଗାମୀ ନିର୍ବାଚନ ପାଇଁ ମୋ ପାଇଁ ଓ ମୋ ସ୍ତ୍ରୀଙ୍କୁ ଟିକେଟ ମିଳୁ ବୋଲି ଦାବି କରିବି । ତାରା କହିଛନ୍ତି ମୋତେ ହିଞ୍ଜିଳିକାଟୁ ଓ ମୋ ସ୍ତ୍ରୀଙ୍କୁ ଜୟପୁରରୁ ଟିକେଟ ଦେବା ପାଇଁ କହିବି ।

ବାପା-ପୁଅଙ୍କୁ ଟିକେଟ ଦେବାର ପ୍ରଶ୍ନ ଉଠୁନି । ଏପରି ନିଷ୍ପତ୍ତିକୁ ମୁଁ ବିରୋଧ କରେ । ଏହାବ୍ୟତୀତ ଯେଉଁ ସିଟ ଯେଉଁ ପ୍ରାର୍ଥୀ ପାଇଁ ସଂରକ୍ଷିତ ହୋଇଛି ତାଙ୍କୁ ହିଁ ମିଳିବା ଉଚିତ । କେବଳ ବାପ-ପୁଅଙ୍କୁ ନୁହେଁ ସ୍ୱାମୀ-ସ୍ତ୍ରୀଙ୍କୁ ମଧ୍ୟ ଦଳୀୟ ଟିକେଟ ଦେବା ଉଚିତ ନୁହେଁ । ଏହାବ୍ୟତୀତ ୩ ଥର ହାରିଥିବା ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ଉଚିତ ନୁହେଁ । ନିର୍ବାଚନ ଲଢ଼ିବା ପାଇଁ ବିଜୟୀ ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେବା ଉଚିିତ । ଏପରି ହେଲେ କଂଗ୍ରେସ ବିଜୟୀ ହୋଇପାରିବ ।

ତେବେ ଆଗାମୀ ନିର୍ବାଚନ ନେଇ ତାରା କହିଛନ୍ତି ଓଡ଼ିଶାରେ ଯେତେ ପର୍ଯ୍ୟାୟରେ ନିର୍ବାଚନ ହେଲେ ବି କଂଗ୍ରେସ ଭୟଭୀତ ନୁହେଁ । ୪ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡ଼ି ଭୟଭୀତ ହୋଇ ବିରୋଧ କରୁଛି । କିନ୍ତୁ ଏଥିରେ କଂଗ୍ରେସକୁ କୌଣସି ଫରକ ପଡ଼ି ନାହିଁ । ମାନସିକ ସ୍ତରରେ ଆମେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ।

ସୂଚନାଯୋଗ୍ୟ ୨୦୧୯ ସାଧାରଣ ନିର୍ବାଚନ ରାଜ୍ୟ କଂଗ୍ରେସ ପାଇଁ ଅଗ୍ନିପରୀକ୍ଷାର ବେଳ । କାରଣ ୨୦୦୦ ମସିହାରେ କଂଗ୍ରେସ କ୍ଷମତାରୁ ଯିବା ପରେ ଆଉ କ୍ଷମତାକୁ ଫେରିବ କଣ ସେବେଠାରୁ ଦେଶର ସବୁଠାରୁ ପୁରୁଣା ଦଳର ଲୋକପ୍ରିୟତା ଖସିବାରେ ଲାଗିଛି । ତେଣୁ ଏଥର ପ୍ରାର୍ଥୀ ଚୟନକୁ ବେଶ ଗୁରୁତ୍ୱ ଦେଉଛି ଦଳ ।