ବିନ୍ଦାସ୍ ମୁଡରେ ତାରା ବାହିନୀପତି : ଝୁମିଲେ ଝୁମାଇଲେ କଂଗ୍ରେସର ଟାଣୁଆ ନେତା

61

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ତାରା ବାହୀନିପତିଙ୍କ ପୂଜା ମଉଜ । ମଂଚରେ ଜମିଲା ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ମନଖୋଲା ଡାନ୍ସ । ୬୦ ଦଶକର ବିଟ୍ ଉପରେ ତାରା ଲଗାଇଛନ୍ତି ଠୁମକା । ଆଉ ବିଧାୟକଙ୍କ ଡାନ୍ସର ମଜା ଉଠାଇଲେ ଜନତା । ରେଟ୍ରୋ ଟ୍ରାକରେ ଏହି ସିଜିନଡ ପଲିଟିସିଆନ ହୋଇଛନ୍ତି ମତୁଆଲା ।

ଅବସର ଥିଲା ଦଶହରା ମହୋତ୍ସବର । ମେଲୋଡି ମାନିଆ ଛାଇଯାଇଥିଲା । ଆଉ ଷ୍ଟେଜ୍ ଉପରେ ବସିଥିବା ବିଧାୟକ ରୋମାଂଟିକ୍ ହୋଇଥିଲେ । ୬୦ ଦଶକର ସୁପରହିଟ୍ ଗୀତ ଆରମ୍ଭ ହେବା ସହ ନାଚି ଉଠିଥିଲା ତାରାଙ୍କ ମନ । ଆଉ ଷ୍ଟେଜ ଉପରେ କରିଥିଲେ ଧମାକା । ଡ୍ୟାନସରଙ୍କ ସହ ତାଳରେ ତାଳ ଦେଇ ଅଂଟା ହଲାଇଥିଲେ ତାରା ବାହିନୀପତି । ଖୁବ ରଙ୍ଗୀନ ହୋଇଯାଇଥିଲେ କଂଗ୍ରେସର ଏହି ବିଧାୟକ ।

ଝୁମିଥିଲେ ଆଉ ଝୁମାଇଥିଲେ । ରାଜନୀତିର ମୈଦାନରେ ଛକା ମାରିଥିବା ଏହି ପଲିଟିସିଆନ ଡ୍ୟାନ୍ସ ଫ୍ଲୋରରେ କିନ୍ତୁ ବିଫଳ ହୋଇନଥିଲେ । ଖୁବ ଅଂଟା ହଲାଇଥିଲେ । ବିଧାନସଭାରେ ସରକାରୀ ଦଳକୁ ଅଡୁଆରେ ପକାଇବାରେ ମାହିର ତାରା ବାହିନୀପତି ଷ୍ଟେଜ ଉପରେ ବି ଫୁଲ୍ ବୋବାଲ୍ କରିଥିଲେ । ମସ୍ତିର ମାହୋଲ୍ ଭିତରେ ବିଧାୟକଙ୍କ ହଟକେ ଡ୍ୟାନସ ସାଜିଥିଲା ସେଲିଂ ପଏଂଟ ।