କଂଗ୍ରେସରେ ଥମୁନି ବୟାନବାଜୀ ! ସୁର ରାଉତରାୟଙ୍କୁ ଖୋଲା ଚ୍ୟାଲେଂଜ୍ କଲେ ତାରା ବାହିନୀପତି

26

କନକ ବ୍ୟୁରୋ : କଂଗ୍ରେସରେ କନ୍ଦଳ, ଦିନକୁ ଦିନ କମିବା ବଦଳରେ ବଢିବାରେ ଲାଗିଛି । ତେଜିଛି ସୁର ରାଉତରାୟ ଓ ବିଧାୟକ ତାରାପ୍ରସାଦ ବାହୀନିପତିଙ୍କ ବିବାଦ । ଆଜି ସୁରଙ୍କୁ ଚ୍ୟାଲେଂଜ୍ ଦେଇଛନ୍ତି ତାରା । କହିଛନ୍ତି, ଯଦି ସୁରଙ୍କ ଦମ୍ ଅଛି ତେବେ ହାତ ଲଗାଇ ଦେଖନ୍ତୁ ।

ପୂର୍ବରୁ ରାଜନୀତିର ସୀମାରେ ରହି ପରଷ୍ପର ପ୍ରତି ଅଙ୍ଗୁଳି ନର୍ଦ୍ଦେଶ କରୁଥିବା ନେତା ମାନେ ଏବେ ମାରପିଟର କଥା କହିଲେଣି । ସେପଟେ ଏ ସବୁ ବାଦବିବାଦ ଭିତରେ ମୁଁହ ଖୋଲିଚନ୍ତି ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ । ସୁରଙ୍କ ବୟାନବାଜିକୁ ନାପସନ୍ଦ କରିଛନ୍ତି ନିରଂଜନ ।

ଓଡିଶାରେ କଂଗ୍ରେସ ରାଜନୀତି ଏବେ ଘଡିସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଛି । ବୟାନବାଜିର ସ୍ତର ମଧ୍ୟ ମାରପିଟ୍ ଆଡକୁ ଗଲାଣି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସଭାପତି ପ୍ରସାଦ ହରିଚନ୍ଦନ କିନ୍ତୁ ସଂପୂର୍ଣ୍ଣ ନୀରବ ।