ଦଳ ବିରୋଧରେ ବର୍ଷିଲେ ତାରା ! କହିଲେ, ଜୟଦେବ ଓ ଶ୍ରୀକାନ୍ତ ଜେନା କରୁଛନ୍ତି ଦଳ ବିରୋଧୀ ଚକ୍ରାନ୍ତ

37

କନକ ବ୍ୟୁରୋ : କଂଗ୍ରେସର ତିନି ଫାଳିଆ ତତ୍ୱ ପରେ ଏବ ଚକ୍ରାନ୍ତର ଚକ୍ର ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦବାହିନୀ ପତି । ଦଳର ଦୁଇ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଏବଂ ଜୟଦେବ ଜେନାଙ୍କୁ ଇଙ୍ଗିତ କରି କହିଛନ୍ତି, ଏମାନଙ୍କ ଯୋଗୁଁ ଏକଜୁଟ୍ ହୋଇପାରୁନି କଂଗ୍ରେସ । ଆହୁରି ପାଦେ ଆଗକୁ ଯାଇ କହିଛନ୍ତି ,କଂଗ୍ରେସରୁ କିଛି ଯାଇଛନ୍ତି, ଆଗକୁ ଆହୁରି ଦଳରୁ ଯିବେ ।

ସଭାପତି ପ୍ରସାଦଙ୍କୁ ହଟାଇବା ପାଇଁ ଦାବି ଜୋର ଧରିବା ପରେ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟର ପ୍ରାୟ ୩୫ ଜଣ ନେତାଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଏଯାଏଁ କୈାଣସି ନିଷ୍ପତି ନଆସିବାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଧୀରେ ଧୀରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି ।

ରାହୁଲଙ୍କ ନିଷ୍ପତି ଯେତିକି ଡେରି ହେଉଛି କର୍ମୀ ଓ ନେତାଙ୍କ ଦଳ ବଦଳ ସେତିକି ବଢୁଛି । ଆଉ ଏହା ସହିତ କଂଗ୍ରେସ କନ୍ଦଳ ମଧ୍ୟ ବଢିବାରେ ଲାଗିଛି । ଏବେ ସମସ୍ତଙ୍କ ଅପେକ୍ଷା କେବେ ବିଦେଶ ଗସ୍ତରୁ ଆସି ରାହୁଲ ନିଜ ନିଷ୍ପତି ଶୁଣାଇବେ ।