ମୁଲ୍କର ସଫଳତା ପାର୍ଟିରେ ଭିନ୍ନ ଅନ୍ଦାଜରେ ନଜର ଆସିଲେ ଅଭିନେତ୍ରୀ ତାପସୀ ପନ୍ନୁ! ପିଙ୍କ୍ ଶାଢିରେ ରେଡ୍ ଟାଇ ପିନ୍ଧି ଫ୍ୟାନ୍ସଙ୍କୁ ଶିଖାଇଲେ ନୂଆ ଫ୍ୟାଶନ୍ ।

27

କୋର୍ଟ ରୁମ ଡ୍ରାମା ପରେ ମୁଲ୍କକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ତରଫରୁ ଖୁବ ପ୍ରଶଂସା ମିଳିଛି । ବକ୍ସ ଅଫିସରେ ସାନଦାର ଇନକମ କରିଥିବା ଏହି ଫିଲ୍ମ ପାଇଁ ସକସେସ ପାର୍ଟିର ଆୟୋଜନ କରାଯାଇଥିଲା । ପାର୍ଟିରେ ତାପସୀ ଫର୍ମାଲ ଲୁକରେ ନଜର ଆସିଥିଲେ । ତେବେ ପିଙ୍କ୍ ଶାଢୀରେ ଟାଇ ଲଗାଇ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ ଏହି ଚୁଲବୁଲି ଅଭିନେତ୍ରୀ । ଫିଲ୍ମରେ ତାପସୀ ଏକ ପ୍ରଭାବିତ ଚରିତ୍ରରେ ନଜର ଆସିଥିଲେ ।

ଫିଲ୍ମରେ ଋଷି କପୁରଙ୍କ ପ୍ରଶଂସା ଯେତେ କଲେ ମଧ୍ୟ ତାହା କମ । ଗମ୍ଭୀର ଚରିତ୍ରରେ ସେ ଦର୍ଶକମାନଙ୍କ ଖୁବ୍ ମନୋରଞ୍ଜନ କରାଇଥିଲେ । ତେବେ ଇଭେଂଟରେ ଋଷି ମଧ୍ୟ ନଜର ଆସିଥିଲେ । ଏହା ବ୍ୟତୀତ ଆଶୁତୋଷ ରାଣା,ଗ୍ରେସି ସିଂ ଓ ନୀନା ଗୁପ୍ତା ମଧ୍ୟ ନଜର ଆସିଥିଲେ ।