ସାଂସଦ ତାପସ ପାଲଙ୍କୁ ପୁଣି ୩ଦିନିଆ ରିମାଣ୍ଡରେ ନେଲା ସିବିଆଇ

19

କନକ ବ୍ୟୁରୋ : ସାଂସଦ ତାପସ ପାଲଙ୍କୁ ପୁଣି ୩ଦିନିଆ ରିମାଣ୍ଡରେ ନେଲା ସିବିଆଇ । ଗତକାଲି ରିମାଣ୍ଡ ଅବଧି ଶେଷ ହେବା ପରେ ତାଂକୁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ତାପରେ ପୁଣି ୪ଦିନିଆ ରିମାଣ୍ଡରେ ନେବାପାଇଁ ଆବେଦନ କରିଥିଲା ସିବିଆଇ । ତେବେ ଜିଲ୍ଲା ଦୈାରାଜଜ୍ ତାପସ ପାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଛନ୍ତି ।

କୋର୍ଟରୁ ସିବିଆଇ ରିମାଣ୍ଡରେ ନେବାବେଳେ ବାପାଙ୍କ ସହ ଝିଅ ସୋହିନୀ ପାଲ ସାଥିରେ ଥିଲୋ ତାଙ୍କ ବାପା ନିର୍ଦୋଷ, ମାମଲା କୋର୍ଟରେ ଥିବାରୁ କିଛି କହିବି ନାହିଁ ବୋଲି ପ୍ରତିକ୍ରିୟା ଦେଇଥିଲେ ସୋହିନୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-