ତନୁଶ୍ରୀଙ୍କ ସିନେମା କ୍ୟାରିୟରର ଅସଲ ଖଳନାୟକ ! ନାନା ପାଟେକରଙ୍କ ପାଇଁ ବଲିଉଡକୁ ବାଏ ବାଏ କହିଲେ ଏହି ବୋଲ୍ଡ ନାୟିକା ?

11

tanushree ‘ଆଶିକ୍ ବନାୟା ଆପନେ’ ସିନେମାରୁ ଖୁବ୍ ଚର୍ଚ୍ଚା ସାଉଁଟିଥିଲେ ନାୟିକା ତନୁଶ୍ରୀ ଦତ୍ତ । ସିନେମାରେ ଖୁବ୍ ବୋଲ୍ଡ ସିନ୍ ମଧ୍ୟ ଦେଇଥିଲେ । କିନ୍ତୁ ରାତା ରାତି ହଟ୍ ନାୟିକା ପାଲଟି ଥିବା ତନୁଶ୍ରୀ କିନ୍ତୁ ହିଟ୍ ହୋଇପାରିଲେନି ।ଧୀରେ ବଲିଉଡକୁ କହିଥିଲେ ବାଏ ବାଏ । ଆଉ ଆରମ୍ଭ ହେଉ ହେଉ ଶେଷ ହୋଇଗଲା ତନୁଶ୍ରୀଙ୍କ ଫିଲ୍ମି କ୍ୟାରିୟର୍ । କିନ୍ତୁ କଣ ଆପଣ ଜାଣନ୍ତି ତନୁଶ୍ରୀଙ୍କ ବଲିଉଡ୍ କ୍ୟାରିୟର୍ ଅନ୍ତ ହୋଇଯିବାର କାରଣ । ଶୁଣିବାକୁ ମିଳିଥିଲା ଆଧ୍ୟାତ୍ମିକ ଦିଗକୁ ଆକର୍ଷିତ ହୋଇ ବଲିଉଡରୁ ଦୁରେଇ ଯାଇଛନ୍ତି ତନୁଶ୍ରୀ । କିନ୍ତୁ ନିକଟରେ ସାମ୍ନାକୁ ଆସିଛି ଏହା ପଛର କାରଣ ।

ମିଳିଥିବା ସୂଚନା ଅନୁସାରେ, ତରୁଶ୍ରୀଙ୍କୁ ବଲିଉଡରୁ ବିଦାୟ ନେବା ପଛରେ କାରଣ ହେଉଛନ୍ତି ନାନା ପାଟେକର୍ । ଘଟଣାଟି ହେଉଛି ସିନେମା ‘ହର୍ଣ୍ଣ ଓକେ ପ୍ଲିଜ’ । ଏହି ସିନେମାରେ ତନୁଶ୍ରୀ ଏକ ଆଇଟମ୍ ଗୀତରେ ନଜର ଆସିଥିଲେ । ଗୀତରେ ତନୁଶ୍ରୀଙ୍କ ସହ ନାନା ପାଟେକର୍ ମଧ୍ୟ ଥିଲେ । ତେବେ ତନୁଶ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଡ୍ୟାନ୍ସ ବେଳେ ହଠାତ୍ ନାନା ପାଟେକର୍ ତାଙ୍କୁ ଅଶାଳୀନ ଭାବରେ ଛୁଇଁବାକୁ ଲାଗିଥିଲେ । ଆବଶ୍ୟକତାଠାରୁ ଅଧିକ ନିକଟକୁ ଆସିବାକୁ ଲାଗିଥିଲେ ନାନା ପାଟେକର୍ । ଯେଉଁଥିରେ ତନୁଶ୍ରୀ ଭୟରେ ପଳାଇଯାଇଥିଲେ ।

ଘଟଣା ପରେ ତନୁଶ୍ରୀଙ୍କ ମା’ ସୁଟିଂ ସେଟରେ ହଙ୍ଗାମା କରିଥିଲେ । ଏପରିକି ନାନା ପାଟେକରଙ୍କ ବିରୋଧରେ ଏଫଆଇଆର୍ ମଧ୍ୟ ଦେଇଥିଲେ ତନୁଶ୍ରୀ । କିନ୍ତୁ ନାନା ପାଟେକରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା । ଏବଂ ସେ ନେଇ କାହାକୁ କିଛି କହିନଥିଲେ ମଧ୍ୟ । ତେବେ ଘଟଣାର ପରେ କଣ ହେଲା କାହାକୁ ଜଣା ନାହିଁ । କିନ୍ତୁ ଧୀରେ ଧୀରେ ତନୁଶ୍ରୀଙ୍କୁ ସିନେମା ମିଳିବା ବନ୍ଦ ହୋଇଗଲା । କିଛି ଦିନ ପରେ ବଲିଉଡରୁ ଗାୟବ ହୋଇଗଲେ ତନୁଶ୍ରୀ ।

nana-patekarଅନ୍ୟପଟେ ନାନା ପାଟେକରଙ୍କର ଇଣ୍ଡଷ୍ଟ୍ରିରେ ଖୁବ୍ ଭଲ ଛବି ରହିଛି । ଆଙ୍ଗ୍ରିମ୍ୟାନ୍ ଇମେଜ୍ ରଖିଥିବା ନାନା ପାଟେକରଙ୍କ ଅନେକ ସମୟରେ ଅଭିନେତାମାନଙ୍କ ସହ ବିବାଦକୁ ଖବର ଶୁଣିବାକୁ ମିଳେ । କିନ୍ତୁ କୌଣସି ଅଭିନେତ୍ରୀ ସହ ତାଙ୍କର ଝଗଡା ଖବର କେବେ ଶୁଣିବାକୁ ମିଳେ ନାହିଁ । କିନ୍ତୁ ତନୁଶ୍ରୀ ପଥମ ଅଭିନେତ୍ରୀ ଥିଲେ ଯିଏ ତାଙ୍କ ବିରୋଧରେ ଏପରି ସଙ୍ଗୀନ୍ ଅଭିଯୋଗ ଆଣିଥିଲେ । ତେବେ ଘଟଣାରେ ନାନା ପାଟେକରଙ୍କ କ୍ୟାରିୟର୍ ଉପରେ କୌଣସି ପ୍ରଭାବ ପକାଇନଥିଲା । କିନ୍ତୁ ତନୁଶ୍ରୀଙ୍କୁ ମହଙ୍ଗା ପଡିଥିଲା ନାନା ପାଟେକରଙ୍କ ସହ ପଙ୍ଗା ନେବା । ଶୁଣିବାକୁ ମିଳିଛି ତନୁଶ୍ରୀଙ୍କ ସିନେମା ନମିଳିବା ପଛରେ କୁଆଡେ ନାନା ପାଟେକରଙ୍କ ହାତ ରହିଛି ।

Comments are closed.