ଖୁବ୍ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି ବଲିଉଡ ସିନେମା ‘ତନ୍ନୁ ୱେଡସ ମନ୍ନୁ’ର ତୃତୀୟ ସଂସ୍କରଣ । ସିନେମାର ନିର୍ମାତା ଆନନ୍ଦ ରାୟ ଖୁବ୍ ଶୀଘ୍ର ସିନେମାଟିର ତୃତୀୟ ସଂସ୍କରଣ ନେଇ କାମ ଆରମ୍ଭ କରିବେ ।

ମାତ୍ର ଏବେ ଖବର ଆସିଛି ‘ତନ୍ନୁ ୱେଡସ ମନ୍ନୁ’ର ପ୍ରଥମ ଓ ଦ୍ୱିତୀୟ ସିରିଜରେ ଲିଡ ରୋଲରେ ଥିବା କଙ୍ଗନା ତୃତୀୟ ସିରିଜରେ ଦେଖିବାକୁ ମିଳିବେନି । ସେହପିରି ଏହି ସିନେମାର ନିର୍ଦ୍ଦେଶନା ଦେବେ ହିମାଂଶୁ ଶର୍ମା ।