ରୋଗୀର ଝଡାଫୁଙ୍କା କରିବା ପାଇଁ ତାନ୍ତ୍ରିକ ପହଂଚିଲା ହସ୍ପିଟାଲ, ପାରିଶ୍ରମିକରେ ମାଗିଲା ୫୦୦ ଟଙ୍କା ଓ ଛେଳି

52

ବିହାରର କୈମୁର ଜିଲ୍ଲାର ଭଭୁଆ ସଦର ହସ୍ପିଟାଲ ପ୍ରେତାତ୍ମା ହଟାଇବାର ଦୋକାନ ପାଲଟିଗଲାଣି । ହସ୍ପିଟାଲରେ ଡାକ୍ତର ଥିବା ସତ୍ୱେ ଜଣେ ରୋଗୀଙ୍କ ପରିଜନ ଝଡାଫୁଙ୍କା ପାଇଁ ପଡୋଶୀ ରାଜ୍ୟ ଝାରଖଣ୍ଡରୁ ତାନ୍ତ୍ରିକ ନେଇକି ଆସିଥିଲେ । ସେ ତାନ୍ତ୍ରିକ ପାଉଣାରେ ୫୦୦ ଟଙ୍କା ଓ ଛେଳି ମାଗିଥିଲା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମିଳିଥିବା ସୂଚନା ମୁତାବକ, ଭଭୁଆର ଏକ ଗାଁର ତେତରୀ ଦେବୀ ନିଆଁରେ ଜଳିଯାଇଥିଲେ । ୫ ମାସ ଧରି ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲୁଥିଲା । କିନ୍ତୁ ତାଙ୍କ ସ୍ୱାମୀଙ୍କୁ ଲାଗିଲା କି କୈାଣସି ଭୂତର ପ୍ରକୋପ ତାଙ୍କ ପତ୍ନୀଙ୍କୁ ଠିକ୍ ହେବାକୁ ଦେଉନି । ଏହାପରେ ସେ ପଡୋଶୀ ରାଜ୍ୟ ଝାରଖଣ୍ଡରୁ ଜଣେ ତାନ୍ତ୍ରିକକୁ ଡକାଇଲେ ଓ ହସପିଟାଲରେ ରୋଗୀଙ୍କ ଖଟିଆ ପାଖରେ ତାନ୍ତ୍ରିକ ଝଡାଫୁଙ୍କା କରିବା ଆରମ୍ଭ କରିଦେଲା ।

ରୋଗୀଙ୍କ ପରିଜନଙ୍କ କହିବାନୁସାରେ ତାଙ୍କ ଘରେ ପୂର୍ବରୁ ପୁଅର ମୃତ୍ୟୁ ହୋଇସାରିଥିଲା । ପୁଣି ବୋହୁ ନିଆଁରେ ଜଳିଗଲା । ଏମିତିରେ ଘରେ ପ୍ରେତାତ୍ମାର ପ୍ରଭାବ ଅଛି, ସେଥିପାଇଁ ସେମାନେ ତନ୍ତ୍ର ବିଦ୍ୟା କରାଉଛନ୍ତି । ପରିବାରବର୍ଗ ଏଥିପାଇଁ ତାନ୍ତ୍ରିକକୁ ୫୦୦ ଟଙ୍କା ଓ ବଳି ପାଇଁ ଗୋଟିଏ ଛେଳି ଦେଉଥିବାର ଜଣାପଡିଛି । ହସପିଟାଲ କର୍ତ୍ତୃପକ୍ଷ କହିଲେ ହସପିଟାଲରେ ତାନ୍ତ୍ରିକର ପ୍ରବେଶ ବର୍ଜିତ କରାଯାଇଛି । ଏମିତି ଘଟଣା ଘଟିଲେ ରୋଗୀଙ୍କୁ ସଚେତନ କରାଯିବ ।