ବହୁରୂପୀ ସାଂସଦ ! କେତେବେଳେ ତାନ୍ତ୍ରିକ ତ କେତେବେଳେ ଈଶ୍ୱର ବେଶରେ କରିଥାନ୍ତି ପ୍ରତିବାଦ ।

43

ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ନେତାଙ୍କର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳୁଛି । ବିଚିତ୍ର ପ୍ରକାର ବେଶପୋଷାକରେ ନେତାମାନେ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏଇ କିଛି ଦିନ ତଳେ ବିହାରର ଆରଜେଡି ନେତା ତେଜ୍ ପ୍ରତାପଙ୍କୁ ଧରି ନିଅନ୍ତୁ । ନିଜର ଭିନ୍ନ ରୂପକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଥିଲେ । କେତେବେଳେ କୃଷ୍ଣ ତ ଆଉ କେତେବେଳେ ଶିବଙ୍କ ରୂପ ନେଇ ସେ ଚର୍ଚ୍ଚା ସାଉଁଟିଥିଲେ । କିନ୍ତୁ ଏ ଦିଗରେ ତେଜ୍ ପ୍ରତାପଙ୍କୁ ପଛରେ ପକାଇ ଦେଇଛନ୍ତି ଆଉ ଜଣେ ନେତା । ସେ ହେଉଛନ୍ତି ଟିଡିପି ସାଂସଦ ଏନ୍.ଶିବପ୍ରସାଦ୍ ।

ସାଂସଦ ଶିବପ୍ରସାଦଙ୍କ କହିବାନୁସାରେ ପ୍ରତିଦିନ ନୂଆ ନୂଆ ରୂପ ନେଇ ସଂସଦ ଭବନ ଆସିବା ପଛରେ ଏକ ଉଦ୍ଦେଶ୍ୟ ରହିଛି । ତାଙ୍କ ମତରେ ସେ ଆନ୍ଧ୍ରପ୍ରଦେଶର ଏଭଳି ଏକ ବର୍ଗକୁ ପ୍ରତିନିଧିତ୍ୱ କରୁଛନ୍ତି ଯେଉଁଠି କାହାଣୀ ଜରିଆରେ ତଥ୍ୟକୁ ଉପସ୍ଥାପନ କରାଯାଏ । ତେଣୁ ସେ ଚିରାଚରିତ ଢଙ୍ଗ ଅନୁସାରେ ନିଜ କଥା ସଂସଦ ଗୃହରେ ଉପସ୍ଥାପନ କରିବାକୁ ଏଭଳି ବେଶ ନେଇ ଆସିବା କଥା କହନ୍ତି ।

ମାର୍ଚ୍ଚ ମାସରେ ଟିଡିପି ସରକାର ଏନଡିଏରୁ ନିଜ ସମର୍ଥନ ଫେରାଇ ଆଣିବାରୁ ଏନ୍.ଶିବପ୍ରସାଦ୍ ଧିବର ବେଶ ଧାରଣ କରି କହିଥିଲେ, “ ମୋଦୀ ସାର୍ ସଂସଦରେ ଦେଖା ଯାଆନ୍ତି ନାହିଁ,ବିଦେଶ ବୁଲନ୍ତି,ଜନତାଙ୍କୁ କ’ଣ ଆବଶ୍ୟକ ତାହା ଉପରେ ଧ୍ୟାନ ଦିଅନ୍ତି ନାହି,ତେଣୁ ମୁଁ ତାଙ୍କୁ ମୋ ଜାଲରେ ଧରିବାକୁ ଚାହେଁ ।

ସେ କୃଷ୍ଣ,ଧିବର,ମହିଳା,ସ୍କୁଲ୍ ପିଲା,ରାଜା ହରିଶ୍ଚନ୍ଦ୍ର,ନାରଦ,ଶିବ,ବାଜାବାଲା ଆଦି ଆହୁରି ଅନେକ ବେଶ ଧରି ସଂସଦ ଗୃହରେ ପହଞ୍ôଚଥାନ୍ତି । ନିକଟରେ ସେ ସାଇବାବାଙ୍କ ବେଶରେ ଦେଖାଯାଇଥିଲେ । ସେ ନିଜର ଭିନ୍ନ ପ୍ରତିବାଦ ପାଇଁ ସଂସଦ ସମେତ ଗଣମାଧ୍ୟମ,ସୋସିଆଲ୍ ମିଡିଆ ଆଦି ଅନେକ କ୍ଷେତ୍ରରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।