ଡିଏଭି ଛାତ୍ରୀ ଆତ୍ମହତ୍ୟା ମାମଲାରେ ନୂଆମୋଡ ! ମୃତକଙ୍କ ମାଆଙ୍କ ସାଂଘାତିକ ଅଭିଯୋଗ : କହିଲେ, ତାନିଆଙ୍କୁ ହଇରାଣ କରୁଥିଲେ ଆଇଏଏସ ଅଫିସରଙ୍କ ଝିଅ

29

ଡିଏଭି ବିଜିନେସ ସ୍କୁଲ ତାନିୟା ବାନାର୍ଜୀ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ । ତାନିଆଙ୍କୁ ଜଣେ ଆଇଏସ ଅଫିସରଙ୍କ ଝିଅ ଅପମାନିତ କରିଥିଲେ । ଯେଉଁଥିପାଇଁ ସେ ଲଜ୍ୟାରେ ଆତ୍ମହତ୍ୟା କରିଥିଲେ । ଏବଂ ଏହି ଘଟଣାକୁ ଚପାଇଦେବାକୁ ଆଇଏସ ଅଫିସର ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ମୃତ ତାନିୟାଙ୍କ ପରିବାର ଲୋକ । ମୃତ ତାନିଆ ବାନାର୍ଜୀଙ୍କ ମା’ ନିଜ ବୟାନରେ କହିଛନ୍ତି ଏକଥା । ଯେଉଁଥିପାଇଁ ପୁଲିସ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ମୃତ ତାନିଆଙ୍କ ମା ଅଭିଯୋଗ କରିଛନ୍ତି ।

ଝିଅର ଆତ୍ମହତ୍ୟା ପାଇଁ ୬ ଜଣ ସହପାଠୀ ଦାୟୀ ଥିବା କହିଛନ୍ତି ତାନିୟାଙ୍କ ବାପା । ରାତି ତମାମ ତାନିଆକୁ ହଇରାଣ କରିବା ଫଳରେ ସେ ଆତ୍ମହତ୍ୟା ପାଇଁ ବାଧ୍ୟ ହୋଇଥିଲା । ଏବଂ ଜଣେ ଆଇଏସ ଅଫିସରଙ୍କ ଝିଅ ତାନିଆଙ୍କୁ ହଇରାଣ କରିଥିବା ତାନିଆଙ୍କ ବାପା ମଧ୍ୟ ଅଭିଯୋଗ କରିଛନ୍ତି ।

ସେପଟେ କ୍ୟାପିଟାଲ ଥାନାରେ ତାନିଆଙ୍କ ବାପା ମା’ଙ୍କ ବୟାନ ରେକର୍ଡ କରିଛି ପୁଲିସ । ଘଟଣାର ତଦନ୍ତ ଚାଲିଛି ଏବଂ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ସତ୍ୟବ୍ରତ ଭୋଇ । ତାନିଆଙ୍କ ମୃତ୍ୟୁକୁ ୯ ଦିନି ବିତିଯାଇଛି । ହେଲେ ଏଯାଏ ବି ମୃତ୍ୟୁର ପ୍ରକୃତ ରହସ୍ୟ ପଦାକୁ ଆସିପାରିନାହିଁ । ତାନିଆଙ୍କୁ ଆତ୍ମହତ୍ୟା ପାଇଁ କିଏ ବାଧ୍ୟ କରିଥିଲା? ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଥିବା ଆଇଏସ ଅଫିସର କିଏ? ଏଭଳି ଅନେକ ପ୍ରଶ୍ନ ଏବେ ବି ଅସମାହିତ?