ଲାଲଗଡରେ ମାଓବାଦୀଙ୍କୁ ଜବାବ ଦେବାକୁ ଗ୍ରାମବାସୀଙ୍କ ସଂକଳ୍ପ ! ରାତି ରାତି ରହୁଛନ୍ତି ଉଜାଗର । କାନ୍ଧରେ ଟାଙ୍ଗିଆ ଧରି ମାଓ କବଳରୁ ଗାଁକୁ ଦେଉଛନ୍ତି ସୁରକ୍ଷା । 

41
ନକ୍ସଲଙ୍କ ସହ ଲଢିବା ପାଇଁ ଏମାନଙ୍କ ପାଇଁ ଦରକାର ନାହିଁ କୌଣସି ରଣନୀତି, ଆବଶ୍ୟକ ନାହିଁ ଯୁଦ୍ଧାସ୍ତ୍ର । ସାହସ, ଏକତା ଓ ମନୋବୃତ୍ତି କୁ ପାଥେୟ କରି ନକ୍ସଲଙ୍କ ସହ ଲଢିବା ପାଇଁ ଚରମ ପଦକ୍ଷେପ ନେଇଛନ୍ତି । ଓଡିଶାର ପଡୋଶୀ  ରାଜ୍ୟ ଛତିଶଗଡର  ସୌତନର ପଂଚାୟତର ଟାଙ୍ଗିଆ ଦଲମ ଗାଁର ଲୋକମାନେ ନକ୍ସଲଙ୍କୁ ମୁକାବିଲା କରିବା ପାଇଁ  ପ୍ରତିଶ୍ରୁତିବଦ୍ଧ । ଗାଁ  ମୁଖିଆ ସାମନାଥକୁ ନୃଶଂସ ହତ୍ୟା କରିବାପରେ ଗ୍ରାମବାସୀ  ନକ୍ସଲଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ।
ଟାଙ୍ଗିଆ ଦଲମ ଗାଁର ଲୋକମାନେ ରାତି ଉଜାଗର ରହୁଛନ୍ତି । ଗତ ନଭେମ୍ବର ୪ରେ ଗାଣ ମୁଖିଆଙ୍କ ମତ୍ୟୃୁର ପ୍ରଥମ ବାର୍ଷିକୀରେ କଡା ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଜୀବନ ଦେବେ ପଛେ ମାଓବାଦୀଙ୍କୁ ଗାଁରେ ପଶିବାକୁ ଦେବୁ ନାହିଁ  ବୋଲି କହିଛନ୍ତି ଗ୍ରାମବାସୀ । ଟାଙ୍ଗିଆଦଲମ ଗ୍ରାମବାସୀଙ୍କ ପ୍ରଭାବ ଆଖପାଖ ଗାଁର ଯୁବକମାନଙ୍କ ଉପରେ ପଡିଛି । ସେମାନେ କୌଣସି ପରିସ୍ଥିତିରେ ମାଓବାଦୀଙ୍କୁ ଗାଁରେ ପଶାଇ ନଦେବାକୁ ଶପଥ କରିଛନ୍ତି ।
ଛଙ୍ଗିଶଗଡର ଲାଲଗଡ । ମାଓବାଦୀଙ୍କ ଚରାଭୂଇଁ । ମାଓବାଦୀଙ୍କ ରାଜଧାନୀ ଛତିଶଗଡର ସୁକମା  ଠାରୁ ୪୦ କିମି ଦୂରରେ ଟାଙ୍ଗିଆଦଲମ । ସବୁବେଳେ ମାଓବାଦୀଙ୍କ  ଶାସନ ଚାଲେ । ଏପରିକି ମାଓବାଦୀଙ୍କୁ  ସହଯୋଗ ପାଇଁ ଗ୍ରାମବାସୀମାନେ  ବାର୍ଷିକ ଟଙ୍କା କିମ୍ବା ଶସ୍ୟ ନେଇଥାନ୍ତି  । ୨୦୧୫ରେ ଏଠାରେ ମାଓବାଦୀ ମାନେ ଗୋଟିଏ ସ୍କୁଲକୁ ଉଡାଇଦେଇଥିଲେ । ଏପରିକି ଗାଁକୁ ରାସ୍ତା ତିଆରି ହେଉଥିବା ସମୟରେ ମାଓବାଦୀମାନେ ବନ୍ଦ କରିଦେଇଥିଲେ । ଯେଉଁମାନେ ମାଓବାଦୀଙ୍କୁ  ବିରୋଧ କରିଥିଲେ ସେମାନଙ୍କ ପରିବାରକୁ ମାଓବାଦୀମାନେ ପ୍ରବଳ ବାଡେଇଥିଲେ ।ମହିଳା ଓ ଛୋଟପିଲାଙ୍କୁ ବି ଛାଡିନଥିଲେ ।
ଦଲିମର ବରିଷ୍ଠ  ସଦସ୍ୟ ହରଦା କାଶ୍ୟପ କହିଛନ୍ତି ଦଳରେ ୫୦ଜଣ ସଦସ୍ୟ ଅଛନ୍ତି  । ୨୫ ଜଣ ଲେଖାଏ ରାତିରେ ଗାଁ ଜଗୁଛନ୍ତି । ଆଉ ମାଓବାଦୀମାନେ ତାଙ୍କ ଗାଁକୁ କୌଣସି ସାହାଯ୍ୟ ଯଥା ଟଙ୍କା କିମ୍ବା ଶସ୍ୟ ଦେବା ବନ୍ଦ କରିଦେଇଛନ୍ତି । ୨୦୧୬ରେ ମାଓ ଭୟରେ ଗାଁ ଛାଡିଥିବା ୫୦ ପରିବାର ଗାଁ କୁ ଫେରିଛନ୍ତି ।  ଚାଷ କରି  ଚଳୁଛନ୍ତି ।
ଦଲମର ସଦସ୍ୟମାନେ କୌଣସି ଟ୍ରେନିଂ ନେଇନାହାନ୍ତି । ମାଓପ୍ରବଳ ସେହି ଅଂଚଳର ଯୁବକମାନେ କେବଳ ଟାଙ୍ଗିଆ ସାହାଯ୍ୟରେ  ମାଓବାଦୀଙ୍କୁ ଦମନକରିବାକୁ ସକ୍ଷମ ବୋଲି କହିଛନ୍ତି । କାଣ୍ଡ ସହ ତୀର ସାହାଯ୍ୟରେ ମାଓବାଦୀଙ୍କୁ ସାମ୍ନାକରିବେ ବୋଲି ଶପଥ ନେଇଛନ୍ତି । ଦକ୍ଷିଣବସ୍ତରର ଡିଆଇଜି ସୁନ୍ଦରରାଜ. ପି କହିଛନ୍ତି, ଆମେ ଗାଁ ରେ  ସୁରକ୍ଷା  ବ୍ୟବସ୍ଥା ବଢାଇବାକୁ ଚାହୁଁଛୁ । ଯୁବକମାନଙ୍କ  ସାହସକୁ ତାରିଫ କରୁଛୁ ।