ଟାଙ୍ଗୀରେ ପରିବା ବୋଝେଇ ପିକଅପ୍ ଭ୍ୟାନକୁ ପିଟିଲା ତୀର୍ଥଯାତ୍ରୀ ବସ୍ । ୧୨ ଯାତ୍ରୀ ଆହତ

25

କନକ ବ୍ୟୁରୋ : ଆଠଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟାଙ୍ଗୀ ରଥ ପେଟ୍ରୋଲ ପଂପ ନିକଟରେ ପରିବାବୋଝେଇ ପିକଅପ ଭ୍ୟାନକୁ ପିଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଟାଙ୍ଗୀ ଓ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । କୋଲକାତାରୁ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ଯାତ୍ରୀବାହୀ ବସ ଟାଙ୍ଗୀ ଠାରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା ।