‘ବଦ୍ରିନାଥ କି ଦୁଲହନିଆ’ର ନୂଆ ଗୀତ ରିଲିଜ ! ‘ତମ୍ମା ତମ୍ମା’ର ରିମିକ୍ସରେ ନଜର ଆସିଛି ବରୁନ ଓ ଆଲିଆଙ୍କ ମ୍ୟାଜିକାଲ କେମେଷ୍ଟ୍ରି

103

ବଲିଉଡ୍ ସିନେମା ‘ବଦ୍ରିନାଥ କି ଦୁଲହନିଆ’ର ରିଲିଜ ଡେଟ ପାଖେଇ ଆସୁଥିବାବେଳେ ଏବେ ଆସିଛି ଏହାର ପୁଣି ଏକ ନୂଆ ଗୀତ । ତେବେ ୯୦ ଦଶକର ସୁପରହିଟ ଗୀତ ‘ତମ୍ମା ତମ୍ମା’ର ମଜା ପୁଣି ଥରେ ନେଇପାରିବେ ଦର୍ଶକ । ଗୀତରେ ରହିଛି ବଲିଉଡ ଯୋଡି ବରୁନ ଧୱନ ଓ ଆଲିଆ ଭଟ୍ଟଙ୍କ ମ୍ୟାଜିକାଲ କେମେଷ୍ଟ୍ରି । ଆଉ ଏହା ଆଗାମୀ ବଲିଉଡ୍ ସିନେମା ‘ବଦ୍ରିନାଥ କି ଦୁଲହନିଆ’ରେ ସ୍ଥାନ ପାଇଛି ଏହି ରିମିକ୍ସ ଗୀତଟି ।

ତେବେ ଗୀତରେ ରହିଛି ବାଦଶାହାଙ୍କ ଆୱାଜ । ଗୀତକୁ ଅଧିକ ଆର୍କଷଣୀୟ କରିବା ପାଇଁ ନୂଆ ଶଦ୍ଦର ବ୍ୟବହାର ସହ ଗୀତ ଉପରେ ବେଶ ଧ୍ୟାନ ଦିଆଯାଇଛି । ଅମାନ ମଲ୍ଲିକ ଓ ତନିସ୍କ ବାଗଚୀ ମିଳିତ ଭାବେ ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-