ତାମିଲନାଡୁ ରାଜନୀତି ସରଗରମ ! ବିଳମ୍ବିତ ରାତିରେ ପ୍ରାୟ ଦୁଇ ଘଂଟା ଧରି ବସିଲା ବୈଠକ

11

କନକ ବ୍ୟୁରୋ : ସୋମବାର ରାତିରେ ହଠାତ୍ ସରଗରମ ହୋଇ ଉଠିଥିଲା ତାମିଲନାଡୁ ରାଜନୀତି । ମନ୍ତ୍ରୀ ଡି ଜୟକୁମାରଙ୍କ ବାସଭବନରେ ଏକାଧିକ ମନ୍ତ୍ରୀ ପହଂଚି ଆଲୋଚନା କରିଥିଲେ । କୁହାଯାଉଥିଲା, କେତେ ଜଣ ମନ୍ତ୍ରୀ ଓ ନେତା ପନୀରସେଲଭମ୍ ଗୋଷ୍ଠୀରେ ସାମିଲ ହେବେ ।

ତେବେ ଏଭଳି ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି ଜୟକୁମାର । ସେ କହିଛନ୍ତି, ଦୁଇଟି ପ୍ରସଙ୍ଗରେ ଆଲୋଚନା ହୋଇଛି । ଦଳର ଚିହ୍ନକୁ ନେଇ ଦେଖା ଦେଇଥିବା ବିବାଦ ଓ ଦଳର ଏକତା ରକ୍ଷା ନେଇ ଆଲୋଚନା ହୋଇଥିବା ତାମିଲନାଡୁ ଅର୍ଥମନ୍ତ୍ରୀ ବୈଠକ ପରେ କହିଛନ୍ତି ।

ରାତି ୧୧ଟାରୁ ପ୍ରାୟ ଦୁଇ ଘଂଟା ଧରି ବୈଠକ ହୋଇଥିଲା । ସମସ୍ତେ ୧୨୩ ବିଧାୟକ ଏକାଠି ଅଛନ୍ତି ଏବଂ କେହି ଅନ୍ୟ ଦଳକୁ ଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଜୟକୁମାର କହିଛନ୍ତି । ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ବୈଠକରେ ଉପସ୍ଥିତ ନଥିଲେ ।