ଶଶିକଳାଙ୍କୁ ବଡ ଝଟକା : ତାମିଲନାଡୁ ରାଜ୍ୟପାଳ ଗୃହମନ୍ତ୍ରାଳୟକୁ ଦେଲେ ରିପୋର୍ଟ

26

କନକ ବ୍ୟୁରୋ : ତାମିଲନାଡୁରେ ସରକାର ଗଠନ ପାଇଁ ଏଆଇଏଡିଏମକେର ଚାଲିଥିବା ଲଢେଇ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ପନିରସେଲଭମ ଓ ଶଶିକଳା ନଟରାଜନଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ରାଜ୍ୟପାଳଙ୍କ ନିଷ୍ପତି ଉପରେ ନିର୍ଭର କରୁଛି । ରାଜ୍ୟପାଳ ଏ ନେଇ କେନ୍ଦ୍ରକୁ ରିପୋର୍ଟ ମଧ୍ୟ ପଠାଇଛନ୍ତି । ତାମିଲନାଡୁ ରାଜନୀତିରେ ଏବେ ଆରମ୍ଭ ହୋଇଛି ସଂଖ୍ୟାରେ ଖେଳ ।

ଧିରେ ଧିରେ ପନିରସେଲଭମ ଗୋଷ୍ଠୀ ପଟେ ଏଆଇଏଡିଏମକେ ବିଧାୟକମାନେ ଖସୁଛନ୍ତି । ଏହାଦେଖି ଶଶିକଳା କଂଗ୍ରେସ ସମର୍ଥନରେ ସରକାର ଗଠନ କରିବାକୁ ଚିନ୍ତା କରୁଥିବା ଜଣାପଡିଛି । ଏଥିପାଇଁ ତାମିଲନାଡୁର କଂଗ୍ରେସ ମୁଖ୍ୟ ତିରୁନାଭୁକ୍କାରସର ଓ ବିଧାୟକ ଦଳ ନେତା କେ, ରାମସ୍ୱାମୀଙ୍କୁ ଦିଲ୍ଲୀ ଡାକିଥିବା ଜଣାପଡିଛି । ଶଶିକଳାଙ୍କୁ ସମର୍ଥନ ଦେବା ଲାଗି ଦୁଇ ନେତାଙ୍କ ସହ କଂଗ୍ରେସ ହାଇକମାଣ୍ଡ ଆଲୋଚନା କରିିବାକୁ ଡାକିଥିବା ଚର୍ଚ୍ଚା ହେଉଛି ।