ତାମିଲନାଡୁ ରେ ଥମୁନି ରାଜନୈତିକ ବିବାଦ ! ଆସ୍ଥାଭୋଟକୁ ନିସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଡିଏମକେ ମୁଖ୍ୟ ଷ୍ଟାଲିନ୍

29

କନକ ବ୍ୟୁରୋ : ହାଇକୋର୍ଟରେ ପହଂଚିଲା ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିବାଦ । ଶଶିକଳାଙ୍କ ସମର୍ଥିତ ଗୋଷ୍ଠୀର ନେତା ଇକେ ପଲାନିସ୍ୱାମୀ ଆସ୍ଥା ଭୋଟରେ ନିର୍ବାଚିତ ହୋଇଥିଲେ ବି ସେଠାରେ ରାଜନୈତିକ ବିବାଦର ଅବସାନ ହୋଇନାହିଁ । ଏହି ନିର୍ବାଚନକୁ ନିସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବିରୋଧି ଡିଏମକେ । ଆବେଦନକୁ ଗ୍ରହଣ କରିବା ସହ ଆଜି ଶୁଣାଣି କରିବେ ବୋଲି ସମୟ ଧାର୍ଯ୍ୟ କରିଛନ୍ତି ମାଡ୍ରାସ ହାଇକୋର୍ଟ ।

ଗତ ଶନିବାର ହୋଇଥିବା ଆସ୍ଥାଭୋଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମଙ୍କୁ ସମର୍ଥନ କରି ଗୁପ୍ତ ଭୋଟ ପାଇଁ ଦାବି କରିଥିଲା ବିରୋଧୀ ଡିଏମକେ । ୧୨୦ରୁ ଉର୍ଦ୍ଧ୍ୱ ବିଧାୟକଙ୍କୁ ଶଶିକଳା ଗୋଷ୍ଠୀ ପକ୍ଷରୁ ରିସର୍ଟରେ ରଖାଯାଇଥିବାରୁ ସେମାନେ ଖୋଲାଖୋଲି ମତ ଜଣାଇ ପାରିବେ ନାହିଁ ବୋଲି ପନିରସେଲଭମ୍ ବାଚସ୍ପତିଙ୍କୁ କହିଥିଲେ । ତେବେ ବାଚସ୍ପତି ଧନପାଲ ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ଗୃହରେ ପ୍ରବଳ ହିଂସାକାଣ୍ଡ ହୋଇଥିଲା ।