ସଂସ୍କୃତି ପରଂପରାକୁ ମିଳିଲା ସମ୍ମାନ: ଅଧ୍ୟାଦେଶ ମଂଜୁରୀ ପରେ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ଜଲ୍ଲିକଟ୍ଟୁ

31

କନକ ବ୍ୟୁରୋ : ତିନିବର୍ଷର ବ୍ୟାନ ପରେ ଆଜି ପାଳିତ ହେଉଛି ତାମିଲନାଡୁରେ ପାରମ୍ପପରିକ ଜଲ୍ଲିକଟ୍ଟୁ ଉତ୍ସବ । ତାମିଲନାଡୁ ସରକାରଙ୍କ ଅଧ୍ୟାଦେଶରେ ରାଜ୍ୟପାଳ ବିଦ୍ୟାସାଗର ରାଓ ମୋହର ମାରିଛନ୍ତି । ଏହାପରେ ତାମିଲନାଡୁ ସରକାର ପାରମ୍ପରିକ ଷଣ୍ଢ ଲଢେଇ ଖେଳର ଆୟୋଜିତ କରୁଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ତାମିଲନାଡୁର ସବୁ ଜିଲ୍ଲାରେ ଜଲ୍ଲିକଟ୍ଟୁ ଆୟୋଜନ କରାଯାଇଛି । ୨୦୧୪ରେ ସୁପ୍ରିମକୋର୍ଟ ଏହି ଖେଳ ଉପରେ କଟକଣା ଲଗାଇଥିଲେ ।

କଟକଣା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ନେତା, ଅଭିନେତାଙ୍କଠୁ ଆରମ୍ଭ କରି ସାଧାରଣ ଜନତା । ଜଲ୍ଲିକଟ୍ଟୁ ପାଇଁ ଅଧ୍ୟାଦେଶ ଆଣିବା ପରେ ଏବେ ଏହାକୁ ଆଇନଗତ ସ୍ୱୀକୃତି ଦେବା ଲାଗି ଉଦ୍ୟମ ଜାରି ରଖିବେ ସରକାର । ତାମିଲନାଡୁବାସୀ ସଂସ୍କୃତି ଓ ପରଂପରା ସହ ଜଡିତ ଜଲ୍ଲିକଟ୍ଟୁ ସପକ୍ଷରେ ବିରୋଧ ପ୍ରଦର୍ଶନ କରଥିଲେ । ଏଥିରେ ସାମିଲ ହୋଇଥିଲେ ନେତା, ଅଭିନେତାଙ୍କଠୁ ଆରମ୍ଭ କରି ସାଧାରଣ ଜନତା । ତେବେ ସାମୟିକ ଭାବେ ଜଲ୍ଲିକଟ୍ଟୁ ଆୟୋଜନା ବଦଳରେ ସ୍ଥାୟୀ ସମାଧାନ ଦାବି କରୁଛନ୍ତି ବିକ୍ଷୋଭକାରୀ ।