ଡିଏମକେ ମୁଖ୍ୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର: ରାତିସାରା ହସପିଟାଲ ବାହାରେ ନେତା ଓ ସମର୍ଥକଙ୍କ ଭିଡ, ଅସୁସ୍ଥ ଯୋଗୁଁ ୨ ଦିନ ହେଲା ଅଛନ୍ତି ଆଇସିୟୁରେ

36

କନକ ବ୍ୟୁରୋ : ଗତ ଶୁକ୍ରବାର ତାମିଲନାଡୁର ଡିଏମକେ ନେତା କରୁଣାନିଧିଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରୁ ତାଙ୍କୁ ସେଠାକାର ସ୍ଥାନୀୟ କାବେରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ମୁତ୍ର ସଂକ୍ରମଣ ହୋବା ସହ ପ୍ରବଳ ଜ୍ୱର ହୋଇଥିବା ନେଇ ପରବାର ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା । ତେବେ  ତାଙ୍କ ଅବସ୍ଥାରେ ସୁଧାର ଆସିଥିଲା ବୋଲି କରୁଣାଙ୍କ ଝିଅ ରିବିବାର ଅପରାହ୍ମରେ କହିଥିଲେ । ତେବେ ଗତକାଲି ରାତିରୁ କରୁଣାନିଧିଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଚେନ୍ନାଇର କାବେରୀ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଛି । ତେଣୁ ତାଙ୍କ ପରିବାରର ସମସ୍ତ ସଦସ୍ୟ ମେଡିକାଲରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ତାଙ୍କ ସମର୍ଥକଙ୍କ ସୁଅ ଛୁଟିବାରେ ଲାଗିଛି। ମେଡିକାଲରେ ଏତେ ଗହଳି ହୋଇଯାଇଥିଲା ଯେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି।

 

ନିକଟରେ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରୁ କରୁଣାନିଧିଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯାଇଥିଲା। କିନ୍ତୁ ଶୁକ୍ରବାର ତାଙ୍କୁ ପୁଣି ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ରକ୍ତଚାପ ସ୍ତର ଠିକ୍ ନ ଥିବାବେଳେ ମୂତ୍ର ସଂକ୍ରମଣ ସମସ୍ୟାରୁ ଜ୍ୱରରେ ସେ ପୀଡ଼ିତ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ରବିବାର ସକାଳେ ପରିବାର ସଦସ୍ୟମାନେ ସୂଚନା ଦେଇଥିଲେ। କିନ୍ତୁ ସନ୍ଧ୍ୟାବେଳକୁ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଯାଇଥିଲା। ୯୫ ବର୍ଷୀୟ ଡିଏମକେ ସୁପ୍ରିମୋ ମେଡିକାଲରେ ଭର୍ତ୍ତି ହେବା ପରଠାରୁ ତାଙ୍କର ଏକ ଫଟୋ ପ୍ରଥମ ଥର ପାଇଁ ଡିଏମକେ ପକ୍ଷରୁ ଆଜି ପୋଷ୍ଟ କରାଯାଇଛି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ଲାଗି ଆଜି କାବେରୀ ହସ୍ପିଟାଲ୍ ଯାଇଥିଲେ। ଏହାପରେ ପରିବାର ସଦସ୍ୟ ଓ ଡାକ୍ତରଙ୍କ ସହ କଥା ହୋଇ ଉପରାଷ୍ଟ୍ରପତି ଫେରିଯାଇଥିଲେ। ପରିବାର ସଦସ୍ୟଙ୍କ ସୂଚନା ମୁତାବକ ଶନିବାର ତାଙ୍କର ରକ୍ତଚାପ ସ୍ଥିର ରହିଥିଲା । ତେବେ ଗତକାଲି ସନ୍ଧ୍ୟା ପରଠାରୁ କରୁଣାନିଧିଙ୍କ ଅବସ୍ଥା ସଂକଟାପନ୍ନ ଆଡ଼କୁ ଗତି କରିଥିଲା।ବୟସାଧିକ୍ୟ କାରଣରୁ କରୁଣାନିଧିଙ୍କୁ ଗତ ବର୍ଷେ ହେବ କୌଣସି ସାଧାରଣ ସଭାରେ ଦେଖିବାକୁ ମିଳିନାହିଁ। କେବଳ ନିଜ ବାସଭବନରେ ଥାଇ ସେ ସମର୍ଥକମାନଙ୍କୁ ହାତ ହଲାଇ କିଛି ଶବ୍ଦ କହୁଥିଲେ। ରବିବାର ସକାଳେ ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓ’ ବ୍ରେନ୍ କରୁଣାନିଧିଙ୍କ ପୁଅ ଏମ୍ କେ ଷ୍ଟାଲିନ୍ ଓ ଝିଅ ତଥା ସାଂସଦ କାନିମୋଝିଙ୍କୁ ଭେଟି ଡିଏମକେ ମୁଖ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ। ତେବେ ଗୁରୁବାର ସନ୍ଧ୍ୟାଠାରୁ ସବୁ ଦଳର ନେତାମାନେ ତାଙ୍କ ବାସଭବନଠାରୁ ଆରମ୍ଭ କରି ମେଡିକାଲରେ ପର୍ଯ୍ୟନ୍ତ ଯାଉଥିବା ଦେଖିବାକୁ ମିଳିଛି। ତାମିଲନାଡୁ ଶାସକ ଦଳ ନେତା ଓ ପନିରସେଲ୍ଭମ୍ ଏବଂ ଡି ଜୟକୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜି କେ ଭାସନ୍ ଏବଂ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ସହ ଓଡିଶା କେନ୍ଦ୍ରାପଡାର ପୂର୍ବଚନ ସାସଂଦ ବୈଜୟନ୍ତ ପଣ୍ଡା ମଧ୍ୟ କରୁଣାନିଧିଙ୍କୁ ଦେଖିବାକୁ ଯାଇଥିବା ଜଣାପଡ଼ିଛି।ତେବେ ସେଠାରେ ନେତାମାନେ ପ୍ରବଳ ଭିଡ ଲଗାଇଥିବାରୁ ଅନେକ ସାଧାରଣ ଲୋକ ମେଡିକାଲ ମଧ୍ୟକୁ ପ୍ରବେଶ କରିବାରେ ଅସୁବିଧା ହେଉଛି । ତେଣୁ ଅନେକ ଲୋକ ଫେରିଯାଉଛନ୍ତି । ତେବେ ପୋଲିସ ମଧ୍ୟ ଭିଡ ନିୟନ୍ତ୍ରଣ କରିବାରେ ଅସଫଳ ହେଉଥିବା ଦେଖାଯାଉଛି । ତେଣୁ ଆଜି ଅଧିକ ପୋଲିସ ମେଡିକାଲରେ ମୁତୟନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।