ଆରପାରିରେ ଆମ୍ମା : ଆପୋଲୋ ହସ୍ପିଟାଲରେ ୬୮ ବର୍ଷ ବୟସରେ ଜୟଲଳିତାଙ୍କ ପରଲୋକ

21

କନକ ବ୍ୟୁରୋ : ଆରପାରିରେ ଆମ୍ମା । ତାମିଲନାଡୁର ଜନମାନସରେ ଚିରପରିଚିତ ଆମ୍ମା ଅର୍ଥାତ୍ ଜୟଲଳିତା ଆଉ ଇହଧାମରେ ନାହାନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେର ସୁପ୍ରିମୋ ଜୟଲଳିତାଙ୍କ ସୋମବାର ରାତି ୧୧ଟା ୩୦ରେ ପରଲୋକ ଘଟିଛି । ସେ ଦୀର୍ଘ ଅଢେଇମାସ ହେଲା ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରି ଆସୁଥିବା ବେଳେ ରବିବାର ତାଙ୍କର ହୃଦଘାତ ହୋଇଥିଲା । ଫଳରେ ତାଙ୍କୁ ପୁଣି ଆଇସିୟୁରେ ରଖାଯାଇଥିଲା । ଲଣ୍ଡନର ବିଶେଷଜ୍ଞଙ୍କ ପରାମର୍ଶ, ଆପୋଲୋ ହସ୍ପିଟାଲ ଓ ଦିଲ୍ଲୀ ଏମ୍ସର ବିଶେଷଜ୍ଞଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ୱେ ଜୟାଙ୍କୁ ବଂଚାଇ ପାରିନଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା