ପ୍ରେମ ପାଇଁ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା ! ପ୍ରେମିକ ସହ ହେଲେ ଫେରାର୍,ଗିରଫ କଲା ପୋଲିସ୍ ।

21

ସ୍ତ୍ରୀ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଅସଞ୍ଜତ ଅବସ୍ଥାରେ ଥିବାବେଳେ ସ୍ୱାମୀ ଦେଖିଦେଲେ। ତେଣୁ ପତ୍ନୀ ଓ ତାଙ୍କ ପ୍ରେମିକଙ୍କ ଏହି ଗୋପନ ପ୍ରଣୟ ସମ୍ପର୍କରେ ପତ୍ନୀ ହଲ୍ଲା କରି ଗ୍ରାମବାସୀଙ୍କୁ ଜଣାଇବା ପାଇଁ ଉଦ୍ୟମ କରିବା ବେଳେ ପତ୍ନୀ ସ୍ୱାମୀଙ୍କ ଗୁପ୍ତାଙ୍ଗ ଛିଡ଼ଶଇ ଦେଇ ଫେରାର ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିିବା ବେଳେ ପୁଲିସ ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି।

 

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସେନ୍ଥିମରାଇ(୫୫ ବର୍ଷ) ନାମକ ଜଣେ କୃଷକ ନିଜ ପତ୍ନୀ ଜୟନ୍ତୀ (୪୫ ବର୍ଷ)ଙ୍କ ସହିତ ଗ୍ରାମରେ ଅନୁଷ୍ଠିତ ମନ୍ଦିର ଉତ୍ସବରେ ଅଂଶଗ୍ରହଣ କରୁଥିଲେ। ତେବେ ସେ ରାତି ପ୍ରାୟ ସାଢ଼େ ୧ଟା ବେଳେ ଜୟନ୍ତରୀ କିଛି ସମୟ ପାଇଁ ବାହାରକୁ ଯାଇ ଦୀର୍ଘ ସମୟ ପର୍ୟ୍ୟନ୍ତ ଆଉ ନ ଫେରିବାରୁ ଚିନ୍ତିତ ସେନ୍ଥାମରାଇ ତାଙ୍କୁ ଖୋଜି ଖୋଜି ମନ୍ଦିର ପଛପଟକୁ ଚାଲି ଯାଇଥିଲେ। ସେଠାରେ ତାଙ୍କ ପତ୍ନୀ ଜୟନ୍ତୀ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ଧଚନ୍ନାମୁର୍ତ୍ତିଙ୍କ ସହିତ ଅସଞ୍ଜତ ଅବସ୍ଥାରେ ଦେଖି ସ୍ତବ୍ଧ ହୋଇ ଯାଇଥିଲେ ସେନ୍ଥାମରାଇ। ତେଣୁ ସେ ପାଟି କରିଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବାକୁ ଚାହିଁଥିଲେ। ମାତ୍ର ମନ୍ଦିରର ମାଇକ ଯୋଗୁଁ ତାଙ୍କ ଶବ୍ଦ ପଦାକୁ ଶୁଭି ନ ଥିଲା। ତେଣୁ ସେନ୍ଥାମରାଇ ଜୟନ୍ତୀ ଓ ଧଚାନ୍ନମୁର୍ତ୍ତିଙ୍କୁ ଟାଣି ଟାଣି ମନ୍ଦିର ପାଖକୁ ନେଉଥିବା ବେଳେ ତାଙ୍କ ଧୋତି ଖସି ଯାଇଥିଲା। ଏହି ସଯୋଗରେ ଜୟନ୍ତୀ ଅତ୍ୟନ୍ତ ଉଗ୍ର ଭାବେ ସେନ୍ତାମରାଇଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ଛିଡ଼ାଇ ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ସେନ୍ଥାମରାଇ ସେଠାରେ ପଡ଼ିଥିବା ବେଳେ ଜୟନ୍ତୀ ଓ ଧଚାନ୍ନାମୁର୍ତ୍ତି ଫେରାର ହୋଇ ଯାଇଥିଲେ। ସେନ୍ଥାମରାଇଙ୍କୁ କେତେକ ଗ୍ରାମବାସୀ ଦେଖି ସଙ୍ଗେ ସଙ୍ଗେ ଛିଡ଼ିପଡ଼ିଥିବା ତାଙ୍କ ଗୁପ୍ତାଙ୍ଗ ସହିତ ଡାକ୍ତଖାନାରେ ଭର୍ତ୍ତି କରିଥିଲେ।

ମାତ୍ର ତାଙ୍କ ଅବସ୍ଥ ଗୁରୁତର ଥିବାରୁ ତାଙ୍କୁ ଚେନ୍ନାଇସ୍ଥିତ ରାଜୀବ ଗାନ୍ଧୀ ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେନ୍ଥାମରାଇଙ୍କ ଅବସ୍ଥା ବର୍ତ୍ତମାନ ସ୍ତିର ଥିବା ବେଳେ ତାଙ୍କ ଶରୀରରେ ତାଙ୍କ ଛିଡ଼ିପଡ଼ିଥିବା ଗୁପ୍ତାଙ୍ଗକୁ ସଂଯୋଗ କରାଯାଇ ପାରି ନାହିଁ। ଅପରପକ୍ଷେ ସ୍ୱାମୀଙ୍କ ଗୁପ୍ତାଙ୍ଗ ଛିଡ଼ାଇ ଦେଇ ପ୍ରେମିକ ଧଚାନ୍ନମୁର୍ତ୍ତିଙ୍କ ସହିତ ଫେରାର ହୋଇଯାଇଥିବା ଜୟନ୍ତୀଙ୍କୁ ପୂୁଲିସ ଧଚାନ୍ନାମୁର୍ତ୍ତିଙ୍କ ମୋବାଇଲ ଫୋନ ଟ୍ରାକ୍ କରି ଗିରଫ କରିଛି। ଗିରଫ ପରେ ଜୟନ୍ତୀ ସ୍ୱାମୀ ସେନ୍ଥାମରାଇଙ୍କ ଗୁପ୍ତାଙ୍ଗ ଛିଡ଼ାଇ ଦେଇଥିିବା ସ୍ୱୀକାର କରିଛ। ଏ ନେଇ ଜୟନ୍ତୀ ଓ ଧଚାନ୍ନମୁର୍ତ୍ତିଙ୍କ ବିରୋଧରେ ଦଫା ୨୯୪ (ଖ), ୩୨୪ ଓ ୩୦୭ ଦଫାରେ ମାମଲା ରୁଜୁ କରାଯାଇଛି।