ପ୍ରିୟ ଶିକ୍ଷକଙ୍କ ବଦଳିରେ ବିକଳରେ କାନ୍ଦିଲେ ଛାତ୍ରଛାତ୍ରୀ ! ଶୋକାକୂଳ ପରିବେଶ ଦେଖି ବାଧ୍ୟହୋଇ ଆଦେଶ ସ୍ଥଗିତ କଲେ ସରକାର

50

ଶିକ୍ଷା ହେଉଛି ମୌଳିକ ମାନବିକ ଅଧିକାର । ବ୍ୟକ୍ତି ହିସାବରେ ସମାଜ ବିକାଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ପ୍ରତ୍ୟେକ ନାଗରିକର ଏହି ଅଧିକାର ରହିଛି । ଶିକ୍ଷା ମଣିଷ ଜୀବନ ପାଇଁ ବହୁତ ଜରୁରୀ । ଶିକ୍ଷା ମଣିଷକୁ ମାନବିକତା ତଥା ଭୁଲ ଠିକ ଚିହ୍ୱିବାର ବାଟ ବତାଏ । ଶିକ୍ଷକ ଓ ଛାତ୍ର ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଶିକ୍ଷକ ଓ ଛାତ୍ରର ସମ୍ପର୍କ ବେଶ୍ ଗଭୀର ଓ ପବିତ୍ର । ବର୍ତ୍ତମାନ ସମାଜରେ ଶିକ୍ଷା ଓ ଶିକ୍ଷକ ପରସ୍ପର ନିଜ ସ୍ଥାନରୁ ବିଚ୍ୟୁତ ହେଲାପରି କେଜାଣି କାହିଁକି ମନେହେଉଛି। ଶିକ୍ଷାର ହାର ବଢିବାରେ ଲାଗିଛି। କିନ୍ତୁ ଧୀରେ ଧୀରେ ଶିକ୍ଷାର ମାନ କମିବାରେ ଲାଗିଛି । ଲାଗୁଛି ଶିକ୍ଷା ଓ ଶିକ୍ଷକଙ୍କ ଗତି ଦୁଇ ବିପରୀତ ଦିଗକୁ ଯାଉଛନ୍ତି । ବେସରକାରୀ ସ୍କୁଲ ଗୁଡ଼ିକରେ ପିଲାସଂଖ୍ୟା ବଢ଼ୁଛନ୍ତି । ସରକାରୀ ସ୍କୁଲରେ ଅନେକ ସୁବିଧା ନଥିବାରୁ ତଥା ଯଥେଷ୍ଟ ଶିକ୍ଷକ ନଥିବାରୁ ଅଭିଭାବକ ସରକାରୀ ସ୍କୁଲ ପ୍ରତି ବିମୁଖ ହେଉଛନ୍ତି ।

ତେବେ ଏବେ ବି ଏପରି କିଛି ସରକାରୀ ସ୍କୁଲ ଅଛି ଯେଉଁଠି ଭଲ ପାଠପଢ଼ା ହେବା ସହ ଶିକ୍ଷକ ମଧ୍ୟ ପିଲାଙ୍କୁ ମନଧ୍ୟାନ ଦେଇ ଶିକ୍ଷାଦାନ କରୁଛନ୍ତି । ତେକେ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ତାମିଲନାଡ଼ୁର ତିରୁବଲ୍ଲୁର ବେଲିଗରମ ସ୍ଥିତ ସରକାର ସ୍କୁଲ ଶିକ୍ଷକଙ୍କ ବଦଳି ସମୟରେ ପିଲାଙ୍କ ଆଖିରେ ଲୁହ ଦେଖାଦେଇଛି । ପ୍ରିୟ ଇଂରାଜୀ ଶିକ୍ଷକଙ୍କ ବଦଳି ଯୋଗୁଁ ଏପରି ପରିସ୍ଥିତ ସୃ୍ଷ୍ଟି ହୋଇଛି ।

ସୂଚନା ଅନୁସାରେ ଇଂରାଜୀ ଶିକ୍ଷକ ଭଗବାନଙ୍କ ବଦିଳ ସମୟରେ ଆଦେଶ ଆସିଥିଲେ । ଆଉ ଏହି ଖବର ଶୁଣି ପିଲାମାନେ ଭାବୁକ ହେବା ସହ ନିଜ ଶିକ୍ଷକଙ୍କୁ କୁଆଡ଼େ ନଯିବା ପାଇଁ ବିକଳ ହୋଇ କାନ୍ଦିଲେ । ତେବେ ଶିକ୍ଷକ ଓ ପିଲାଙ୍କ ଏହି ନିବିଡ଼ ସମ୍ପର୍କ ଦେଖି ସରକାର ବଦଳ ରୋକି ଦେଇଥିଲେ । ଶିକଙ୍କ ବଦଳି ୧୦ ଦିନ ପାଇଁ ରୋକି ଦିଆଯାଇଛି ।

ସୂଚନାଯୋଗ୍ୟ ପ୍ରିୟ ଶିକ୍ଷକଙ୍କ ବସଳି ବିଷୟରେ ଯେତେବେଳ ପିଲାମାନ ଶୁଣିଲେ ବଦଳି ରୋକିବା ପାଇଁ ସବୁ ଏକାଠି ହୋଇଯାଇଥିଲେ । ଏପରିକି ପିଲାଙ୍କ ଅଭିଭାବକମାନେ ମଧ ତାଙ୍କ ସମର୍ଥନ କରିିଲେ । ତେବେ ଏଥିପାଇଁ ସରକାର ୧୦ ଦିନ ପାଇଁ ବଦଳି ରୋକିଛନ୍ତି ।