ତାମିଲନାଡୁରେ ପୋଲିସ ବିକ୍ଷୋଭକାରୀ ରକ୍ତାକ୍ତ ସଂଘର୍ଷ । ପୋଲିସ ଗୁଳିରେ ଟଳି ପଡିଲେ ୧୨ ଆନ୍ଦୋଳନକାରୀ, ୨୦ ଗୁରୁତର । ଏବେବି ଜାରି ରହିଛି ଉତ୍ତେଜନା

26

କନକ ବ୍ୟୁରୋ: ତାମିଲନାଡୁରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ପୋଲିସର ଆଖିବୁଝା ଗୁଳିମାଡରେ ଟଳିପଡିଛନ୍ତି ୧୨ଜଣ ବିକ୍ଷୋଭକାରୀ । ଏଥିରେ ୨୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ତୁତିକୋରିନରେ ପ୍ରଦୂଷଣ ସୃଷ୍ଟିକାରୀ ଷ୍ଟେରଲାଇଟ୍ କମ୍ପାନୀକୁ ବନ୍ଦ କରିବା ଦାବିରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଘଉଡାଇବାକୁ ଯାଇ ପୋଲିସ ଏଭଳି କାଣ୍ଡ ଘଟାଇଛି । ଦୀର୍ଘ ୩ମାସରୁ ଅଧିକ ଦିନ ହେଲା ଷ୍ଟେରଲାଇଟ ବିରୋଧରେ ସ୍ଥାନୀୟ ଅଂଚଳରେ ପ୍ରତିବାଦ ଜାରି ରହିଛି ।

ଗୁଳିକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ୨ହଜାରରୁ ଉର୍ଦ୍ଧ ପୋଲିସ ନିୟୋଜିତ କରାଯାଇଛି । ସେପଟେ ପରିସ୍ଥିତିକୁ ଗୁରୁତର ସହ ନେଇ ରାଜ୍ୟ ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସମେତ ଜଣକୁ ଚାକିରୀ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସେହିପରି ଗୁରୁତର ଆହତଙ୍କୁ ୩ଲକ୍ଷ ଟଙ୍କା ସହାୟତା ଦେବେ ରାଜ୍ୟ ସରକାର ।