ତାମିଲନାଡୁରେ ତେଜିଲା ଷ୍ଟେରଲାଇଟ ବିରୋଧୀ ଆନ୍ଦୋଳନ ! ହିଂସାକାଣ୍ଡରେ ୧୧ଜଣଙ୍କ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତ

21

କନକ ବ୍ୟୁରୋ : ତାମିଲନାଡୁରେ ତେଜିଲା ଷ୍ଟେରଲାଇଟ୍ ବିରୋଧୀ ଆନ୍ଦୋଳନ । ଟୁଟିକୋରିନରେ ଏନେଇ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବାବେଳେ ୧୧ଜଣ ମୃତ୍ୟୁବରଣ କରିଛନ୍ତି ଓ ୨୦ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀ ଗୁରୁତର ଆହତ ହୋଇଛନ୍ତି । ରାଜ୍ୟ ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ସମେତ ଜଣକୁ ଚାକିରୀ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଗୁରୁତର ଆହତ ୩ଲକ୍ଷ ଟଙ୍କା ସହାୟତା ଦେବେ ରାଜ୍ୟ ସରକାର ।

tamil-nadu
image courtesy-https://aajtak.intoday.in

 

ବେଦାନ୍ତ ଷ୍ଟେରଲାଇଟକୁ ବିରୋଧ କରି ଆନ୍ଦୋଳନ ଆଜି ଟୁଟିକୋରିନରେ ହିଂସାର ରୂପ ନେଇଥିଲା । ବିକ୍ଷୋଭକାରୀ ଗାଡ଼ି ପୋଡ଼ାଜଳା କରିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ ହୋଇଥିଲା ପୁଲିସ୍ । ଟୁଟିକୋରିନ୍ ଚର୍ଚ୍ଚ ନିକଟରେ ପ୍ରାୟ ୨୦ ହଜାରରୁ ଉଦ୍ଧ୍ୱର୍ ବିକ୍ଷୋଭକାରୀ ଜମା ହୋଇ କଳାପତାକା ପ୍ରଦର୍ଶନ କରିଥିଲେ । କ୍ରମେ ପ୍ରଶାସନର ୧୪୪ ଧାରାକୁ ଅମାନ୍ୟ କରି ମଦଥୁର୍ ନିଷିଦ୍ଧାଂଚଳକୁ ପ୍ରବେଶ କରିଥିଲେ ବିକ୍ଷୋଭକାରୀ ଓ ଏହାପରେ ତେଜିଥିଲା ହିଂସା । ଦୀର୍ଘ ୩ମାସରୁ ଅଧିକ ଦିନ ହେଲା ଷ୍ଟେରଲାଇଟ ବିରୋଧରେ ସ୍ଥାନୀୟ ଅଂଚଳରେ ପ୍ରତିବାଦ ଜାରି ରହିଛି । ଆଜି ଅଚାନକ୍ ଏହା ହିଂସାର ରୂପ ନେଇଥିଲା ।