ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଅଧା ଜଳିଥିବା ଶବକୁ ଖାଉଥିବା ସମୟରେ ଯୁବକଙ୍କୁ ଗିରଫ କଲା ପୋଲିସ 

ଶ୍ମଶାନରେ ଅଧାପୋଡି ଯାଇଥିବା ମଣିଷର ମାଂସ ଖାଉଥିବା ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ

1,572

କନକ ବ୍ୟୁରୋ : ବିଶ୍ୱାସ ହେଉନଥିଲେ ବି ସତ । ଶ୍ମଶାନରେ ଅଧାପୋଡି ଯାଇଥିବା ମଣିଷର ମାଂସ ଖାଉଥିବା ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ ସେ ଜଣେ ମାନସିକ ରୋଗୀ । ତେବେ ପୋଲିସ କହିବା ଅନୁସାରେ ପୋଡି ଯାଇଥିବା ମାଂସକୁ ସେ ଶ୍ମଶାନରେ ହିଁ ଖାଉଥିବାର ଦେଖାଯାଇଥିଲା । ଏହାସହ ସେହି ଯୁବକଙ୍କୁ ଚିକିତ୍ସା ପାଇଁ ମଡିକାଲରେ ମଧ୍ୟ ଭର୍ତି କରାଯାଇଛି । ତାମିଲନାଡୁର ତିରତୁନେଲଭେଲି ଗ୍ରାମରେ ଜଣେ ୭୦ ବସସ୍କା ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ତେଣୁ ପରମ୍ପରା ଅନୁସାରେ ପରିବାର ଲୋକ ଓ ଗ୍ରାମବାସୀମାନେ ତାଙ୍କୁ ଗ୍ରାମରେ ଥିବା ଶ୍ମସାନକୁ ଦାହ କରିବା ପାଇଁ ନେଇଥିଲେ । ସେଠାରେ ବିଧି ଅନୁସାରେ ଶବରେ ନିଆଁ ଲାଗିବା ପରେ ପରିବାର ଲୋକ ଓ ଗ୍ରାମବାସୀମାନେ ସେଠାରୁ ପଳାଇ ଆସିଥିଲେ । ପରେ କିଛି ଘଣ୍ଟା ପରେ ସେଠାରେ ଯାଇ ଦେଖିବା ବେଳକୁ ଯୁବକ ଜଣକ ଅଧା ଜଳିଥିବା ଶବର ମାଂସ ଖାଉଛି । ଏହାକୁ ଦେଖି ଲୋକମାନେ ହତବାକ ହୋଇପଡିବା ସହ ଏଘଟଣାକୁ ସହଜରେ ବିଶ୍ୱାସ କରିପାରିନଥିଲେ ।

ହେଲେ ପାଖକୁ ଯାଇ ଦେଖିଲେ ଯେ, ପ୍ରକୃତରେ ସେ ଯୁବକ ଶବର ମାଂସକୁ ଖାଉଛି । ଏହାପରେ ସେମାନେ ତାଙ୍କୁ ଘୋଡାଇବା ପାଇଁ ଚେଷ୍ଟା କରିଥିଲେ ହେଲେ ତାହା ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା ଅଥଚ ସେଠାରେ ହିଁ ବସି ସେ ପୁଣି ମାଂସ ଖାଇବା ପାଇଁ ଲାଗିଥିଲା । ଉପାୟ ଶୂନ୍ୟ ହୋଇ ଲୋକମାନେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା । ପୋଲିସ କହିବା ଅନୁସାରେ ଆମକୁ ଏପରି ଘଟଣା ବିଷୟରେ ଖବର ମିଳିବା ପରେ ଆଶ୍ଚର୍ଯ୍ୟ ଲାଗୁଥିଲା । ତେବେ ଗିରଫ ହୋଇଥିବା ଯୁବକଙ୍କୁ ପଚରାଉଚରା ହୋଇଥିଲେ ବି ସେ କୌଣସି ଉତ୍ତର ଦେଇନଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ।