ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାଗଣା ଲ୍ୟାପଟପ୍ ।

496

କନକ ବ୍ୟୁରୋ: ତାମିଲନାଡ଼ୁ ସରକାରଙ୍କ ବଡ଼ ଘୋଷଣା । ସ୍କୁଲ ଛାତ୍ର ଛାତ୍ରୀଙ୍କୁ ଡିଜିଟାଲ ଏଜୁକେସନ ଅଭିଯାନରେ ଯୋଡିବା ପାଇଁ  ଇ ପଲାନିସାମୀ ସରକାର ରାଜ୍ୟରେ ମାଗଣାରେ ଲ୍ୟାପଟପ୍ ବିତରଣ କରିବା ପାଇଁ ଯୋଜନା କରିଛନ୍ତି । ସୂଚନା ମୁତାବକ ତାମିଲନାଡ଼ୁର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍ ପ୍ରଦାନ କରିବାକୁ ନିର୍ଣ୍ଣୟ ନେଇଛନ୍ତି ଇ ପଲାନିସାମୀ ସରକାର ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଏହି ଯୋଜନାକୁ ଆଗକୁ ବଢାଇ ବର୍ତ୍ତମାନ ସରକାର ସ୍କୁଲ ପିଲାଙ୍କ ପାଇଁ ନୂଆ ବର୍ଷ ଭେଟି ଦେଇଛନ୍ତି । ଏଥିପାଇଁ  ଶିକ୍ଷା ବିଭାଗଠୁ ପ୍ରସ୍ତାବ ମଧ୍ୟ ମଗାଯାଇଛି । ଉଲ୍ଲେଖଯୋଗ୍ୟ ତାମିଲନାଡୁରେ ଲ୍ୟାପଟପ୍ ବିତରଣର ଏ ହି ଯୋଜନାର ଆରମ୍ଭ ୨୦୧୧-୧୨ରେ ହୋଇଥିଲା । ଏହି ଯୋଜନା ଆଧାରରେ ଦ୍ଵାଦଶ ଶ୍ରେଣୀର ଛାତ୍ରଙ୍କୁ ମାଗଣାରେ ଲ୍ୟାପଟପ୍  ବିତରଣ କରାଯାଉଥିଲା। ଏବେ ନବମ ଓ ଦଶମ ଶ୍ରେଣୀର ଛାତ୍ରଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବାକୁ  ଶିକ୍ଷା ବିଭାଗଠୁ ପ୍ରସ୍ତାବ ମାଗିଛନ୍ତି ସରକାର।  କେନ୍ଦ୍ର ସରକାର ମଧ୍ୟ ଏହି ଯୋଜନାରେ ରୁଚି ଦେଖାଇ ତାମିଲନାଡୁ ସରକାରଙ୍କୁ ଜରୁରୀ ଆର୍ଥିକ ସହାୟତା ଦେବାକୁ ଆଶ୍ଵାସନା  ଦେଇଛନ୍ତି ବୋଲି ଜଣାପଡ଼ିଛି ।

headmaster-locked-in-school-while-students-are-insideତାମିଲନାଡୁ ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଯୋଜନାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଙ୍କୁ ସାମିଲ କଲେ ବି ରାଜ୍ୟ ସରକାରଙ୍କ  ଉପରେ ଖାସ୍ ଆର୍ଥିକ ବୋଝ ପଡ଼ିବ ନାହିଁ। ତାମିଲନାଡୁରେ ଏହି ଯୋଜନାର ପ୍ରାରମ୍ଭରେ  ରାଜ୍ୟ ସରକାର କେବଳ ଦ୍ଵାଦଶ ଶ୍ରେଣୀର ଛାତ୍ରଙ୍କୁ ସାମିଲ କରିଥିଲେ । ଏହା ପରେ  ଏକାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ସାମିଲ କରାଯାଇଥିଲା। ଏହି ଯୋଜନା ଆଧାରରେ ଏ ପର୍ୟ୍ୟନ୍ତ ମୋଟ୍ ୩୮ ଲକ୍ଷ ଛାତ୍ରଙ୍କୁ ମାଗଣାରେ ଲ୍ୟାପଟପ ବିତରଣ କରାଯାଇଛି ବୋଲି କହିଛନ୍ତି ଅଧିକାରୀ ।