ଜୟଲଳିତାଙ୍କ ଉତ୍ତରାଧିକାରୀ ପାଇଁ ସତ୍ୟପାଠ ! ପନିରସେଲଭମ୍ ହୋଇପାରନ୍ତି ଆମ୍ମାଙ୍କ ଉତ୍ତରାଧିକାରୀ

43

କନକ ବ୍ୟୁରୋ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଲିତା ଏବେ ଅତି ଗୁରୁତର ଅବସ୍ଥାରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଜୟଲଳିତାଙ୍କ ଲକ୍ଷାଧିକ ସମର୍ଥକ ତାଙ୍କର ଆଶୁ ଆରୋଗ୍ୟ କାମନା କରି ପୂଜା ଅର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି । ତେବେ ଜୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ଘୋଷଣା କରିବା ପରେ ତାମିଲନାଡୁ ରାଜନୀତିରେ ଏବେ ହଲଚଲ ସୃଷ୍ଟି ହୋଇଛି ।

ଜୟଲଳିତାଙ୍କ ରାଜନୈତିକ ଉତ୍ତରାଧିକାରୀ ପନିରସେଲଭମ୍‌ ହୋଇ ପାରନ୍ତି ବୋଲି ଆଶା କରାଯାଉଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଦଳୀୟ ବିଧାୟକମାନଙ୍କୁ ଆପୋଲୋ ହସ୍‌ପିଟାଲକୁ ଡକାଯାଇଛି ।

ସେଠାରେ ସମସ୍ତ ବିଧାୟକ ପନିରସେଲଭମଙ୍କୁ ଆମ୍ମାଙ୍କ ରାଜନୈତିକ ଉତ୍ତରାଧିକାରୀ ରୂପେ ମନୋନୀତ କରିବା ପାଇଁ ସତ୍ୟପାଠରେ ସ୍ୱାକ୍ଷର କରିଥିବା କୁହାଯାଉଛି । ଏଣେ ତାମିଲନାଡୁ ବିଧାନସଭା ବାଚସ୍ପତି ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକି ଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ଗତ ରାତିରେ ଜୟଲଳିତା ହୃତଘାତରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ବିଳମ୍ବିତ ରାତ୍ରିରେ ପନିରସେଲଭମ୍‌ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କ୍ୟାବିନେଟ୍‌ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।