ଡିଏମକେ ନେତା କରୁଣାନିଧିଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ଶୁଣି ୨୧ ସମର୍ଥକଙ୍କ ଆତ୍ମହତ୍ୟା ଅଭିଯୋଗ : ସମସ୍ତ ଘଟଣାର ହେବ ତଦନ୍ତ ବୋଲି କହିଲା ସ୍ଥାନୀୟ ପୋଲିସ

50

କନକ ବ୍ୟୁରୋ : ତାମିଲନାଡୁର ଡିଏମକେ ନେତା ଏମ କରୁଣାନିଧିଙ୍କ ମୁତ୍ର ସଂକ୍ରମଣ ଏବଂ ଜ୍ୱର ହେବାରୁ ଗତ ଶୁକ୍ରବାରଠାରୁ ତାଙ୍କୁ ସ୍ଥାନୀୟ କାବେରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ କରୁଛନ୍ତି । ବର୍ତ୍ତମାନ ସମୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତରମାନେ କହିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୁଣା ନିଧିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶୁଣି ତାଙ୍କର ୨୧ ଜଣ ସମର୍ଥକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ଡିଏମକେ ମୁଖ୍ୟ ଏମ୍ କରୁଣାନିଧି ଏବେମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

 

ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଏତେ ଖରାପ୍ ହୋଇଯିବା ଖବରକୁ ତାଙ୍କର କିଛି ସମର୍ଥକ ସହଜେ ବିଶ୍ୱାସ କରିପାରି ନଥିଲେ। କିନ୍ତୁ ଖବର ସତ ବୋଲି ଜାଣିବା ପରେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ। କରୁଣାନିଧିଙ୍କୁ ମେଡିକାଲରେ ଦେଖିବା ପାଇଁ ଅନେକ ନେତା ସମର୍ଥକ ମେଡିକାଲ ପରିସରରେ ଗହଳି ଲଗାଇଥିବା ଦେଖାଦେଇଛି । ଏପରିକି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ମେଡିକାଲରେ କରୁଣାଙ୍କୁ ଭେଟିଛନ୍ତି । ଏହାସହ ଓଡିଶା କେନ୍ଦ୍ରାପଡା ସାସଂଦ ବୈଜୟନ୍ତ ପଣ୍ଡା ମଧ୍ୟ କରୁଣାଙ୍କୁ ଦେଖିବା ପାଇଁ ତାମିଲନାଡୁ ଗସ୍ତ କରି୍ଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ମେଡିକାଲେରେ ଅନ୍ୟରୋଗୀମାନେ ପ୍ରବେଶ କରିପାରୁନଥିବାରୁ ଅନେର ରୋଗୀ ଫେରିଯାଇ ଅନ୍ୟତ୍ର ଚିକିସô୍ା କରୁଥିବା ସେଠାକାର ଗଣମାଧ୍ୟମ ସୂଚନା ଦେଇଛି । ତେବେ ଯେଉଁମାନେ ଆତ୍ମହତ୍ୟା କରିଛନ୍ତି ସେମାନେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହାର ସମ୍ପୂର୍ଣ୍ଣ ଭାବରେ ତଦନ୍ତ ହେବ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛନ୍ତି ।