‘ଓସ୍କାର ଆୱାର୍ଡ’ର ଦୌଡ଼ରେ ସାମିଲ ହେଲା ତାମିଲ ଫିଲ୍ମ ‘ବିସାରନାଈ’

40

ତାମିଲ ଫିଲ୍ମ ‘ବିସାରନାଈ’ ୨୦୧୭ ‘ଓସ୍କାର ଆୱାର୍ଡ’ର ଦୌଡ଼ରେ ସାମିଲ ହୋଇଛି । ଫରେନ୍ ଲାଙ୍ଗୁଏଜ୍ ବର୍ଗରେ ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ଫିଲ୍ମ ‘ଓସ୍କାର ଆୱାର୍ଡ’ର ଦୌଡ଼ରେ ସାମିଲ ହୋଇଛି । ଏଥିପାଇଁ ଫିଲ୍ମର ପୂରା ଟିମ୍‌ ଖୁସି ଅଛି । ଏହି ଫିଲ୍ମର ନିର୍ମାତା ଧନୁଷ ଟ୍ୱିଟ୍‌ରେ ନିଜ ଖୁସି ଜାହିର କରିଛନ୍ତି । ଏହି ଫିଲ୍ମ ଜାତୀୟ ପୁରସ୍କାର ମଧ୍ୟ ଆଗରୁ ଜିତି ସାରିଛି । ଏହି ଫିଲ୍ମରେ ସମସ୍ତ କଳାକାରଙ୍କ ଅଭିନୟ ଉଚ୍ଚକୋଟୀର ହୋଇଛି । ‘ବିସାରନାଈ’କୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲର ୯ଟି ଫିଲ୍ମ ‘ଓସ୍କାର ଆୱାର୍ଡ’ ପାଇଁ ମନୋନୀତ ହୋଇଛନ୍ତି ।