ଆଜି ୧୨ ଘଂଟିଆ ତାଳଚେର ବନ୍ଦ : ୪ ଦଫା ଦାବିରେ ତାଳଚେର ସୁରକ୍ଷା ମଂଚ ପକ୍ଷରୁ ବନ୍ଦ ପାଳନ

30

ତାଳଚେର: ଆଜି ୧୨ ଘଂଟିଆ ତାଳଚେର ବନ୍ଦ । ୪ ଦଫା ଦାବିରେ ତାଳଚେର ସୁରକ୍ଷା ମଂଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ସାର କାରଖାନା ପୁନରୁଦ୍ଧାର ଦାବି, କୋଇଲା ଖଣି ବିସ୍ଥାପିତଙ୍କ ନିଆଯାଇଥିବା ନିଷ୍ପତିଙ୍କୁ ତୁରନ୍ତ କାର୍ଯ୍ୟକାରୀ କରିବା, ତାଳଚେର-ଅନୁଗୁଳ ଲୁପ ରେଳପଥ ନିର୍ମାଣ ଓ ପୁରୀ-ତାଳଚେର ପାସେଂଜର ଟ୍ରେନ କଣିହାଁ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ଦାବିରେ ବନ୍ଦ ପାଳନ କରାଯାଉଛି ।ଏହା ସହ ଏମସିଏଲର ସମସ୍ତ କୋଇଲା ଖଣିରୁ କୋଇଲା ଉତୋଳନ ଓ ପରିବହନ ଠପ କରାଯାଇଛି ।