ସୀମା ଲଙ୍ଘିଲା ତାରଚେର ପ୍ରଦୂଷଣ : ବେଳ ଥାଉଥାଉ ପ୍ରତିକାର କରାନଗଲେ ପରିସ୍ଥିତି ଆହୁରି ଭୟଙ୍କର ହେବ

98

କନକ ବ୍ୟୁରୋ : ତାଳଚେର ସହର ଓ ଏହାର ଆଖପାଖ ଅ˚ଚଳର ବାୟୁମଣ୍ତଳ ପ୍ରଦୂଷଣର ସୀମା ଲ˚ଘିଛି । ଆର୍ଥିକ ପ୍ରଗତିର ମାଧ୍ୟମ ପାଲଟିଥିବା କୋଲ କରିଡର ରାସ୍ତା, ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଓ ତାଳଚେର ଅ˚ଚଳରେ ଥିବା କୋଇଲା ଖଣି ପ୍ରାଚୁର୍ଯ୍ୟର ବାହକ ସାଜିଥିବା ବେଳେ ଅନ୍ୟ ପଟରେ ଏମାନେ ହିଁ ତାଳଚେରବାସୀଙ୍କ ମୁଣ୍ତବ୍ୟଥାର କାରଣ ମଧ୍ୟ ପାଲଟିଛନ୍ତି । ତାଳଚେରର ବାୟୁମଣ୍ତଳରେ ଅନୁମୋଦିତ ସୀମାଠାରୁ ବହୁ ଅଧିକ ପର୍ଟିକୁଲେଟ ମାଟର (ପିଏମ ୨.୫)ର ଅବସ୍ଥିତି ତାଳଚେରବାସୀଙ୍କ ପାଇଁ ଘାତକ ସାଜିଛି ।

ଆନ୍ତର୍ଜାତୀୟ ସଂସ୍ଥା ‘ଗ୍ରିନପିସ୍’ ପକ୍ଷରୁ ସଦ୍ୟ ପ୍ରକାଶିତ ତାଲିକାରେ ବିଶ୍ବର ସର୍ବାଧିକ ପ୍ରଦୂଷିତ ଅଂଚଳ ମଧ୍ୟରେ ତାଳଚେର-ଅନୁଗୁଳର ନାମ ରହିଛି । ଏହି ତାଲିକାରେ ଭାରତର ୩ଟି ସ୍ଥାନ ରହିଥିବା ବେଳେ ଏଥିରେ ତାଳଚେର-ଅନୁଗୁଳ ଅଂଚଳ ରହିଛି । ସେହିପରି କୋଲ ଇଣ୍ତିଆର ଏକ ସହଯୋଗୀ ସ˚ସ୍ଥା ସେଣ୍ଟ୍ରାଲ ମାଇନି˚ ପ୍ଲାନି˚ ଓ ଡିଜାଇନି˚ ଇନଷ୍ଟିଚ୍ୟୁଟ(ସିଏମପିଡିଆଇ) ତରଫରୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ଦିଆଯାଇଥିବା ରିପୋର୍ଟରେ ମଧ୍ୟ ଏହା ସ୍ପଷ୍ଟ ହେବା ପରେ ଏ ସ˚ପର୍କରେ ଅଧିକ ଗବେଷଣା ଆରମ୍ଭ ହୋଇଛି ।

ଏହି ରିପୋର୍ଟକୁ ଭିତ୍ତି କରି କେନ୍ଦ୍ର ସରକାର ତାଳଚେର ସମେତ ଅନୁଗୁଳ ଜିଲ୍ଲାକୁ ଦେଶର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ଅ˚ଚଳ ଭାବେ ଘୋଷଣା କରିଛନ୍ତି । ତାଳଚେର ମହାବିଦ୍ୟାଳୟର ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ମୁଖ୍ୟ ତଥା ବାୟୁ ପ୍ରଦୂଷଣ ଦିଗରେ ଗବେଷଣାରତ ପଦାର୍ଥବିଜ୍ଞାନୀ ଡ. ଆଦିତ୍ୟ ପ୍ରଧାନଙ୍କ ସୂଚନା ହେଲା, ବାୟୁମଣ୍ତଳରେ ଭାସମାନ ଅବସ୍ଥାରେ ସ୍ବଚ୍ଛ ବାୟୁ ସହ କଠିନ ଓ ତରଳ ପଦାର୍ଥର ଘନୀଭୂତ ଦ୍ରବଣ କୋଟି କୋଟି ସ˚ଖ୍ୟାରେ ମିଶି ରହିଥାଏ ।

ବାୟୁମଣ୍ତଳକୁ ପ୍ରଦୂଷିତ କରୁଥିବା ଏହି ଘନୀଭୂତ ଦ୍ରବଣକୁ ପର୍ଟିକୁଲେଟ ମାଟର(ପିଏମ) କୁହାଯାଇଥାଏ । ସାଧାରଣ ଭାଷାରେ ମନୁଷ୍ୟ ଚୁଟିର ତିରିଶ ଭାଗରୁ ଏକ ଭାଗ ଓସାରର ପ୍ରଦୂଷିତ ଦ୍ରବଣକୁ ପିଏମ ୨.୫ ଭାବେ ନାମିତ କରାଯାଇଛି । ଏକ ଘନମିଟର ବାୟୁ ମଣ୍ତଳରେ ପିଏମ ୨.୫ ର ଅନୁମୋଦିତ ହାର ୩୫ -୪୦ ମାଇକ୍ରୋଗ୍ରାମ ହୋଇଥିବା ବେଳେ ପିଏମ ୧୦ର ହାରାହାରି ମାତ୍ରା ୬୦ ମାଇକ୍ରୋଗ୍ରାମ ଅଟେ । ଏହି ମାତ୍ରାର ପ୍ରଦୂଷଣ ମାନବଜୀବନ ଧାରଣ ପାଇଁ ବିପଜ୍ଜନକ ହୋଇ ନଥାଏ ।

ତେବେ ସିଏମପିଡିଆଇ ତରଫରୁ ତାଳଚେରର ବିଭିନ୍ନ ୧୧ଟି ସ୍ଥାନରେ କରାଯାଇଥିବା ସର୍ବେକ୍ଷଣରୁ ଏହି ମାତ୍ରା ଯେ ବହୁ ଅଧିକ ରହିଥିବା ସ୍ପଷ୍ଟ ହୋଇଛି । ସ˚ସ୍ଥା ତରଫରୁ ତାଳଚେର ପୌରାଞ୍ଚଳର ମଣ୍ତାପାଳ ଓ ଗୋପୀନାଥପୁର, ଲିଙ୍ଗରାଜ ପ୍ରବନ୍ଧକ କାର‌୍ୟ୍ୟାଳୟ, ବ୍ଲକ ଅ˚ଚଳର ଡେରା ପ୍ରବନ୍ଧକ କାର‌୍ୟ୍ୟାଳୟ, କୁମୁଣ୍ତା ଗ୍ରାମ, ସୋଲଡା, ନତଡା, କୋଇଲା ପରିବହନ ରାସ୍ତା, ଲକେଇପଶି, ଅନନ୍ତ ବିହାର କଲୋନି, ଜଗନ୍ନାଥ କଲୋନି ଆଦି ୧୧ଗୋଟି ସ୍ଥାନରେ ମନିଟରି˚ ଷ୍ଟେସନ ସ୍ଥାପନ କରାଯାଇ ପ୍ରଦୂଷଣର ମାତ୍ରା ମାପ କରାଯାଇଥିଲା ।
ସିଏମପିଡିଆଇ ତରଫରୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟକୁ ନଭେମ୍ବର, ଡିସେମ୍ବର ୨୦୧୭ ଓ ଜାନୁଆରି ଓ ଫେବ୍ରୁଆରି ୨୦୧୮ରେ ଦିଆଯାଇଥିବା ତଥ୍ୟକୁ ଆଧାର କଲେ ତାଳଚେର ବାୟୁମଣ୍ତଳ ଆଉ ଲୋକଙ୍କ ରହଣି ଉପଯୋଗୀ ହୋଇ ରହିନାହିଁ ବୋଲି ସ୍ପଷ୍ଟ ପ୍ରତ୍ୟୟ ହେଉଛି । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ପଠାଯାଇଥିବା ଏହି ରିପୋର୍ଟ ଅନୁଯାୟୀ ତାଳଚେର ଅ˚ଚଳର ବାୟୁମଣ୍ତଳର ପ୍ରଦୂଷିତ ପରିମାଣ ଅତି ବିସ୍ଫୋରକ ସ୍ଥିତିରେ ପହ˚ଚି ସାରିଛି । କୋଇଲା ପରିବହନକାରୀ ଟ୍ରକ, ରାସ୍ତା କଡର ଧୂଳି, କୋଇଲା ଟ୍ରକରୁ ଝଡି ପଡ଼ୁଥିବା କୋଇଲା ଗୁଣ୍ତ, ଖଣି ଅ˚ଚଳରୁ ନିର୍ଗତ ହେଉଥିବା ଗ୍ୟାସ ବା ଧୂଆଁଳିଆ ପଦାର୍ଥ, ତାଳଚେରରେ ପରିବହନ କାର‌୍ୟ୍ୟରେ ସଂପୃକ୍ତ ହଜାର ହଜାର ଟ୍ରକରୁ ନିର୍ଗତ ଧୂଆଁ ଓ ଗ୍ୟାସ ଜାତୀୟ ପଦାର୍ଥ ହିଁ ବାୟୁମଣ୍ତଳରେ ମିଶି ପିଏମ ୨.୫ ଓ ପିଏମ ୧୦ ର ମାତ୍ରା ଉଦବେଗଜନକ ଭାବେ ବୃଦ୍ଧି କରିଛି ।
ଏହି କାରଣରୁ କେନ୍ଦ୍ର ସରକାରଙ୍କ ଦ୍ବାରା ନିକଟରେ ତାଳଚେର ଦେଶର ଅନ୍ୟତମ ପ୍ରମୁଖ ପ୍ରଦୂଷିତ ଅ˚ଚଳ ଭାବେ ଘୋଷିତ ହୋଇଛି । ପିଏମ ୨.୫ ଓ ୧୦ ଆକାର ଦୃଷ୍ଟିରୁ ଅତି କ୍ଷୁଦ୍ରାତିକ୍ଷୁଦ୍ର ହୋଇଥିବା କାରଣରୁ ମନୁଷ୍ୟର ପ୍ରଶ୍ବାସ ଦ୍ବାରା ଶରୀରରେ ପ୍ରବେଶ କରି ଫୁସଫୁସରେ ଜମାହୋଇ ରହିଥାଏ । ଏହି କାରଣରୁ ତାଳଚେର ଅ˚ଚଳରେ ଆଖି, ନାକ, ଗଳା ଓ ଫୁସଫୁସ ସ˚କ୍ରମିତ ହେବା, ସର୍ଦ୍ଦି ଲାଗି ରହିବା, ନାକରୁ ପାଣି ଅନବରତ ବହିବା, ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ତାଳଚେରର ମାଟି ଚିରି ସରକାର ନିଜର ଅର୍ଥନୀତି ଭଣ୍ତାରକୁ ସମୃଦ୍ଧ କରୁଥିବା ବେଳେ ଲୋକମାନେ ପ୍ରତିବଦଳରେ ରୋଗ କିଣୁଛନ୍ତି । ତେବେ ବେଳ ଥାଉ ଥାଉ ପ୍ରତିକାର କରାନଗଲେ ପରିସ୍ଥିତି ଆଗକୁ ଆହୁରି ଭୟାନକ ହୋଇପଡ଼ିବ ଏଥିରେ ସନ୍ଦେହ ନାହିଁ ।